ଓଡିଶା

ଚଳିତ ବର୍ଷ ବିଦ୍ୟୁତ ପାଇଁ ଛଟପଟ ହେବାକୁ ପଡିବନି: ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ

ଭୁବନେଶ୍ୱର: ରାଜ୍ୟରେ ପାୱାର କଟ ଆରମ୍ଭ ହେଇନି କି ହେବାର ସମ୍ଭାବନା ନାହିଁ କହିଲେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ। ଏହା ମଧ୍ୟ କହିଛନ୍ତି ବିଦ୍ୟୁତ କାଟ ନ ହେଉଣୁ ହେବାର ଆଶଙ୍କା କରୁଛନ୍ତି । ଯଦି ବିଜୁଳି କଟୁଛି ତା’ର ଅର୍ଥ ନୁହଁ କି ତାହା ପାୱାର କଟ । ହୁଏତ ଆପଣଙ୍କ ଅଞ୍ଚଳର ଟ୍ରାନ୍ସଫର୍ମର ପୋଡିଯାଇଥିବ, କାଳବୈଶାଖୀ ପାଇଁ ତାର କଟି ଯାଇଥିବ । ମୁଁ ପ୍ରତିଶ୍ରୁତି ଦେଉଛି ଏ ବର୍ଷ ପାୱାର କଟ ହେବନି । ଗ୍ରାମାଞ୍ଚଳରେ ବି ବିଜୁଳି କାଟ ହେଉନି । ଯାନ୍ତ୍ରିକ ତ୍ରୁଟି ପାଇଁ ଯଦି କେଉଁଠି ହେଉଥିବା । ଆମ ପାଖରେ ପର୍ୟ୍ୟାପ୍ତ ବିଜୁଳି ଅଛି ଲୋକଙ୍କ ଡିମାଣ୍ଡ ଅନୁଯାୟୀ ବିଦ୍ୟୁତ ଯୋଗାଇ ଦିଆଯାଉଛି ।

Related posts

୧୧ କେଜିର ବଜ୍ରକାପ୍ତା ଉଦ୍ଧାର

mahabharatanews

ପବିତ୍ର ଅକ୍ଷୟ ତୃତୀୟା ସହ ଆରମ୍ଭ ହେବ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା

mahabharatanews

ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ରାଇରଙ୍ଗପୁରରେ ଗଡ଼ିଲା କୃଷକ ସଚେତନତା ରଥ

mahabharatanews