ଓଡିଶା

ଭିଜିଲାନ୍ସ ଜାଲରେ ବିଡିଓ

(ବରଗଡ) ; କାର ଭଡା କରି ଯାଉଥିଲେ ବିଡିଓ । ଏବଂ କାରରୁ ଧରାପଡିଲା ସାଢେ ତିନି ଲକ୍ଷ ଟଙ୍କା । ଏବେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବତଗଡ ଜିଲ୍ଲାର ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟ । ସୂଚନାଯୋଗ୍ୟ ବିଡିଓ ଏକ କାର ଭଡା କରି ଭୁବନେଶ୍ୱର ସ୍ଥିତ ତାଙ୍କ ଘରକୁ ଯାଉଥିଲେ । ଆଉ କାରରେ ଥିଲା ଲକ୍ଷାଧିକ ଟଙ୍କା । ଏ ନେଇ ଖବର ପାଇ ଭିଜିଲାନ୍ସ ବିଭାଗ ପାଖରେ ପହଞ୍ଚିଥିଲେ । ଏହାର ଏକ ଟିମ୍ ବିନିକା ସେତୁ ନିକଟରେ ଛପି ରହିଥିଲା। ବିଡିଓ ସେଠାରେ ପହଞ୍ଚିଲା ପରେ ତାଙ୍କୁ ଅଟକାଇ ଗାଡ଼ିକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଭିଜିଲାନ୍ସ ଅଧିକାରୀମାନଙ୍କ ହାତରେ ଲାଗିଥିଲା ଲକ୍ଷାଧିକ ଟଙ୍କା । ଏତେ ଟଙ୍କା ସେ କେଉଁଠୁ ଆଣିଲେ, ସେ ନେଇ ବିଡିଓ କିଛି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ବୋଲି ଜଣାପଡ଼ିଛି। ଏହପରେ ବିଡିଓଙ୍କୁ ସୋନପୁରସ୍ଥିତ ଭିଜିଲାନ୍ସ କାର୍ୟ୍ୟାଳୟକୁ ନିଆଯାଇ ଅଟକ ରଖଯାଇଛି। ଏହା ସହିତ ତାଙ୍କୁ ପଚରାଉଚରା କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଥିବା ଜଣାପଡ଼ିଛି।

Related posts

ସାଢେ୪ କୋଟି ଜନତାଙ୍କୁ ହାଇରଣ ନ କରାଯାଉ: ସସ୍ମିତ

mahabharatanews

 ଥମୁନି ହାତୀପଲଙ୍କ ଉପଦ୍ରବ

mahabharatanews

ସୁବର୍ଣ୍ଣପୁର: ସିଏଏ ସମର୍ଥନରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

mahabharatanews