ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନାର ଶିକୁଳି ଛିଡାଇବା ପାଇଁ ଦେଶ ତଥା ରାଜ୍ୟରେ ଲକଡାଉନ ଜାରି କରାଯାଇଛି । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୮ ଜଣ କରୋନା ପଜିଟିଭ ମାମଲା ଥିବା ବେଳେ ଭୁବନେଶ୍ୱରରେ ସର୍ବାଧିକ ୩୫ ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଇଆଇଟି ପକ୍ଷରୁ ଚିନ୍ତା ପ୍ରକଟ କରାଯିବା ସହ ଅ।ଗାମୀ ଦିନରେ ରାଜଧାନୀ ଭୁବନେଶ୍ୱର କେନ୍ଦ୍ର ପାଲଟିବ ବୋଲି କହିଛି ।
ଅନୁଷ୍ଠାନ ପକ୍ଷରୁ ରାଜ୍ୟରେ କରେ।।ନାକୁ ନେଇ ହୋଇଥିବା ଏକ ରିସର୍ଚ୍ଚ ପରେ ଏହି ମତ ପ୍ରକାଶ ପାଇଛି । ଅନୁଷ୍ଠାନର ରିସର୍ଚ୍ଚ କର୍ତ୍ତାଙ୍କ ଅନୁଯାୟୀ, କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖା ଯାଇ ଅନ୍ୟମାନଙ୍କୁ ସଂକ୍ରମିତ କରିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି । କିନ୍ତୁ ଅନୁସନ୍ଧାନରୁ ଜଣାପଡିଛି, କରୋନା ଭୂତାଣୁ ସଂକ୍ରମିତଙ୍କ ପରିଶ୍ରାରେ ମଧ୍ୟ ରହୁଛି । ଆଇଆଇଟି ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ରୋଗୀଙ୍କ ପରିଶ୍ରା ଦ୍ୱାରା ଭୁବନେଶ୍ୱରରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । କାରଣ, ରୋଗୀଙ୍କ ପରିଶ୍ରା ହସ୍ପିଟାଲ ଶୌଚାଳୟରୁ ବାହାରି ନର୍ଦ୍ଦମାରେ ପଡୁଛି ଓ ଏହା ସିଧା ଯାଇ ବିଏମସିର ଗାଭେଜୟାର୍ଡରେ ମିଶୁଛି । ଏଠାରୁ ସାରା ସହରରେ ସଂକ୍ରମଣ ବ୍ୟାପିବାକୁ ନେଇ ଆଇଆଇଟି ଆଶଙ୍କା ପ୍ରକାଶ କରିଛି ।
