ଓଡିଶା

ଭୋକରେ ଘରୋଇ ବସ କର୍ମଚାରୀଙ୍କ ପରିବାର

ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି: ମହାମାରି କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି । ଏହି ମହାମାରୀର ମୁକାବିଲା ପାଇଁ ସମଗ୍ର ଦେଶରେ ମାର୍ଚ୍ଚ ୨୪ରୁ ଲକଡାଉନ ଘୋଷଣା ହେଲା । ଯାନବାହନ ଯାତାୟାତ ବନ୍ଦ ରହିଲା । ଏବେ ଅନଲକ-୧ ଚାଲିଛି । କିଛି ମାତ୍ରାରେ କଟକଣା କୋହଳ କରାଯାଇଛି । କାଁ ଭାଁ କିଛି ମାତ୍ରାରେ ବସ ଚଳାଚଳ ଆରମ୍ଭ କରିଛି । ମାଲକାନଗିରି ଜିଲ୍ଲାରେ ଚଳାଚଳ କରୁଥିବା ଦୂରଗାମୀ ଓ ସ୍ଥାନୀୟ ଘରୋଇ ବସ ଓ ସରକାରୀ ବସ ଗୁଡିକ ଠିକ ଭାବେ ଚଳାଚଳ କରିନାହିଁ । କେବଳ ଜୟପୁରରୁ କାଲିମେଳା ପଡିଆବ୍ଲକକୁ ଗୋଟିଏ ସରକାରି ବସ ଓ ଭୁବନେଶ୍ୱରକୁ ଦୁଇଟି, ସମ୍ବଲପୁରକୁ ଗୋଟିଏ ମାତ୍ର ଘୋରଇବସ ଚଳାଚଳ ଆରମ୍ଭ କରିଛି । କରୋନା ପାଇଁ ସେଥିରେ ମଧ୍ୟ ଯାତ୍ରୀ ମାନେ ହେଉନଥିବାରୁ ତାହା ଅଧା ଦିନ ଚାଲିଲେ ଅଧାଦିନ ବସ ଷ୍ଟାଣ୍ଡରେ ଠିଆ ହୋଇ ରହୁଛି ।ଏହାର ସିଧାସଳଖ ପ୍ରଭାବ ପଡିଛି ଆଦିବାସୀ ଅଧ୍ୟୁଷିତ ମାଲକନଗିରି ଜିଲ୍ଲା ଘରୋଇବସ ମାଲିକ ସଂଘର କର୍ମଚାରୀ ମାନଙ୍କ ଉପରେ । ଗତ ମାର୍ଚମାସ ଠାରୁ ବସଗୁଡିକ ବନ୍ଦ ରହିଥିବାରୁ ଘରୋଇବସ ମାଲିକ ସଂଘରରେ କାମ କରୁଥିବା ୧୦ଜଣ କର୍ମଚାରୀ ଦୀର୍ଘ ୩ ମାସ ହେଲା ଦରମା ନପାଇ ହଟହଟା ହେଉଛନ୍ତି । ସେମାନଙ୍କ ପରିବାର ଏବେ ଭୋକ ଓପାସରେ ଦିନବିତାଉଛନ୍ତି । ଘରେ ଯାହା ଟଙ୍କା ପଇସା ଥିଲା ଲକଡାଉନରେ ତାହାସବୁ ସରିଯାଇଛି । ଦୋକାନୀ ଓ ସାହିପଡିଶା ଠାରୁ କେତେ ଦିନ ବା ଧାର କରଜ କରି ଚଳିବେ । ଲକଡାଉନ ସମୟରେ ଅନ୍ୟମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆ ଯାଉଛି ହେଲେ ସେମାନଙ୍କ ପ୍ରତି ସରକାରଙ୍କ କିଛି ନିଘା ନାହିଁ । ସେମାନଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ମାଲକାନଗିରି ଘରୋଇବସ ମାଲିକ ସଂଘର କର୍ମଚାରୀ ପ୍ରଭାତ ମହୁରିଆ,ବାବୁରାଓ ନାଗୁଲ,ସୁବାସ ବିଷୋୟୀ, ମଲିକେଶ୍ୱର ଗୁରୁ,ସନ୍ତୋଷ ତ୍ରୀପାଠୀ,କୁମରପାଙ୍ଗି,ମଧୁସୁଦନ ମହାରଣା,ରାଜୁ ବାଗ,ଜନ ଖରା,କ୍ରୀଷ୍ଣା ସିଂ ଦାବି କରିଛନ୍ତି ।

Related posts

ଆତ୍ମ ସମର୍ପଣ କଲେ ମାଓବାଦୀ

mahabharatanews

ଲୋଞ୍ଜିନ୍ସର ଘଣ୍ଟାର ଉଦ୍ଘାଟନ କଲେ ଦଙ୍ଗଲ ଗାର୍ଲ

mahabharatanews

ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧୀ ଛକ ରେ ସଡ଼କ ଦୁର୍ଘଟଣା , ଦୁଇ ଗୁରୁତର

mahabharatanews