ମୁମ୍ବାଇ: ଏନସିବିର ଏକାଧିକ ଟିମ ଆଜି କିଙ୍ଗ ଖାନ ଓ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘର ଉପରେ ଚଢାଉ କରିଛି । ଗୁରୁବାର ଦିନ ଏନସିବିର ଟିମ ସବୁ ଅନେ୍ଧରୀସ୍ଥିତ ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି । ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ପିତା ଚଙ୍କି ପାଣ୍ଡେଙ୍କ ମୁମ୍ବାଇର ଦକ୍ଷିଣ ଖେର ଅଞ୍ଚଳରେ ଥିବା ବାସଭବନ ଉପରେ ଚଢାଉ କରାଯାଇଛି । ଏନସିବିର ଗୋଟିଏ ଦଳ ପକ୍ଷରୁ କିଙ୍ଗ ଖାନଙ୍କ ବାସଭବନ ମନ୍ନତରେ ଚଢାଉ କରାଯାଇଛି । ଆର୍ଯ୍ୟନ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାଟିରେ ଗିରଫ ହେବା ପରେ ମନ୍ନତରେ ଚଢାଉ କରି ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛି ଏନସିବି ।
ଗତ ଅକ୍ଟୋବର ୨ ତାରିଖରେ କ୍ରୃଜ ରେଭ ପାର୍ଟିରେ ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କୁ ଗିରଫ କରିଥିଲା ଏନସିବି । ସୁରକ୍ଷା ଦୃଷ୍ଟିରୁ ଆର୍ଯ୍ୟନଙ୍କୁ ଜେଲର କୋଠରୀ ନମ୍ବର ୧ରେ ରଖାଯାଇଛି । ସୁପରଷ୍ଟାରଙ୍କ ପୁଅ ଜେଲର ଖାଇବା ଖାଇ ଏବେ ଦିନ କାଟୁଛନ୍ତି । ପୁଅର ଏରି ଅବସ୍ଥା ନେଇ ଚିନ୍ତାରେ ବାପା ଶାହାରୁଖ ଏବଂ ମା ଗୌରୀ । ଏବେ ଆରର୍ଯ୍ୟନଙ୍କ ବେଲ ଆବେଦନ ପାଇଁ ବମ୍ବେ ହାଇକୋର୍ଟରେ ଦ୍ୱାରସ୍ଥ ହେବେ ଶାହାରୁଖ । ଏବେ ଦେଖିବାକୁ ବାକି ରହିଲା ଆର୍ଯ୍ୟନଙ୍କୁ ବମ୍ବେ ହାଇକୋର୍ଟରୁ ବେଲ ମିଳି ପାରୁଛି କି ନାହିଁ ।