ଦୀପକ ମିଶ୍ର/ ଉଦଳା: ରାକ୍ଷୀ ପୂର୍ଣିମାରେ ଭଉଣୀ ହାତରୁ ରାକ୍ଷୀ ବାନ୍ଧି ସାରି ଘରୁ ବୁଲିବାକୁ ବାହାରି ଯିବା କାଳ ହୋଇଛି । ସଡକ ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇ ଉଦଳା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହତ ମାନେ ହେଲେ କାଳବନ୍ଧର ରଘୁ ବାଶକେ ଓ ମେଘରାୟ ହାଁସଦା ତଥା ଜଇଦା ପୁରୋଡିର ପ୍ରିତମ ବେଜ ଓ ଲିପୁନ ।
ଗତକାଲି ରାକ୍ଷୀ ପୂର୍ଣ୍ଣିମା ଥିଲା । ଭଉଣୀ ହାତରୁ ରାକ୍ଷୀ ବାନ୍ଧି ସାରିବା ପରେ କାଳବନ୍ଧରୁ ରଘୁ ବାଶକେ ଓ ମେଘରାୟ ହାଁସଦା ଘରୁ ବାଇକ ନେଇ ଉଦଳା ଅଭିମୁଖେ ବୁଲି ବାହାରି ଥିଲେ । ମଦନାପାଳ ନିକଟରେ ସେମାନଙ୍କ ବାଇକ ସାମ୍ନା ପଟୁ ଆସୁଥିବା ଜଇଦା-ପୁରୋଡି ଅଞ୍ଚଳର ପ୍ରିତମ ଓ ଲିପୁନ ଆସୁଥିବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ପ୍ରିତମ ଓ ଲିପୁନ ଗାଁରୁ କପ୍ତିପଦା ଅଭିମୁଖେ ଯାଉଥିଲେ । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ କପ୍ତିପଦା ୧୦୮ ଏବଂ ଅଗ୍ନିସମ ବିଭାଗକୁ ଖବର ଦେଇଥିଲେ । ଏହାପରେ ଚାରି ଯୁବକଙ୍କୁ ସଙ୍ଗେ ସଙ୍ଗେ ଉଦଳା ହସ୍ପିଟାଲକୁ ନିଆଯାଇ ସେଠାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେମାନଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ସଙ୍ଗେ ସଙ୍ଗେ ବାରିପଦା ପିଆରଏମ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା ।
previous post