ଓଡିଶା

ଜୀବନ ହାରିଲେ ଇଞ୍ଜିନିୟରିଂ ଛାତ୍ରୀ

ଯାଜପୁର: ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ଯାଜପୁର ରଗଡ଼ି ସ୍ଥିତ ସରକାରୀ ପଲିଟେକ୍ନିକର ମହିଳା ଛାତ୍ରାବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ବେକରେ ଓଢଣି ଲଗେଇ ନିଜ ରୁମରେ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ହେଉଛି ରୋଜାଲିନ୍‌ ପାତ୍ର ଓ ଘର ଜେନାପୁର ଥାନା ଷେଣ୍ଢପୁର ଗାଁରେ । ତୃତୀୟ ବର୍ଷ ଇଲେକ୍ଟ୍ରିକାଲ ଛାତ୍ରୀ ରୋଜାଲିନ୍‌ । ଜଣେ ମେଧାବୀ ଛାତ୍ରୀ ଥିଲେ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସେପଟେ ଝିଅକୁ ସାଙ୍ଗସାଥୀମାନେ ସବୁବେଳେ ରାଗିଂ କରୁଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ରୋଜାଲିନ ଟପ୍ପର ହେଉଥିବା ଏବଂ କ୍ୟାମ୍ପସ ପାଇଥିବା ହେତୁ ସାଙ୍ଗସାଥୀମାନେ ସହି ପାରୁ ନଥିଲେ। ସେମାନେ ତାଙ୍କୁ ହଇରାଣ କରୁଥିଲେ। ଘଟଣାସ୍ଥଳରେ କୋରେଇ ଥାନା ଅଧିକାରୀ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି।

Related posts

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ସରକାର ପ୍ରତିଶୃତିବଦ୍ଧ: ମୁଖ୍ୟମନ୍ତ୍ରୀ

mahabharatanews

ଆଉ ୨ଦିନ ଜାରି ରହିବ ହିଟୱେଭ

mahabharatanews

ଉତ୍କଳ ସାମ୍ବାଦିକ ସଙ୍ଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ସାଧାରଣ ପରିଷଦ ବୈଠକ

mahabharatanews