Uncategorized

ମସଜିଦ ନିର୍ମାଣ ପାଇଁ ଜମି ଚିହ୍ନଟ କଲେ ଯୋଗୀ ସରକାର

(ଅଯୋଧ୍ୟା): ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସଜିଦ ପାଇଁ ଉତ୍ତରପ୍ରଦେଶ ସରକାର ଜମି ଚିହ୍ନଟ କରିଛନ୍ତି । ଏନେଇ ମିର୍ଜାପୁର, ସାମସୁଦିନପୁର ଏବଂ ଚାନ୍ଦପୁରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ୫ଟି ଜମି ଚିହ୍ନଟ କରିଛନ୍ତି । ଏସବୁ ସ୍ଥାନ ପଞ୍ଚକୋଶୀ ପରିକ୍ରମା ପରିସର ବାହାରେ ରହିଛି । ଭବିଷ୍ୟତରେ ଯେଭଳି ଆଉ କୌଣସି ସମସ୍ୟା ସୃଷ୍ଟି ନ ହେବ ସେଥିପାଇଁ ଏଭଳି କରାଯାଇଛି । ଅନୁମୋଦନ ପାଇଁ ପ୍ରସ୍ତାବିତ ଅଞ୍ଚଳ ତାଲିକାକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ । ସ୍ୱୀକୃତି ମିଳିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାଯାଇଛି । ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟର ଶୁଣାଣି କରି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ ଟ୍ରଷ୍ଟ ବୋର୍ଡ ଗଠନ ହେବା ପରେ ଏହି ଜମିଗୁଡିକୁ କେନ୍ଦ୍ର ସରକାର ସୁନି ୱାକଫ ବୋର୍ଡକୁ ପ୍ରଦାନ କରିବେ ।

ସୂଚନାଯୋଗ୍ୟ, ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିବାଦୀୟ ଜମିରେ ପୂର୍ବରୁ ରାମ ମନ୍ଦିର ଥିଲା ବୋଲି କହିବା ସହ ଅଯୋଧ୍ୟା ଭିତରେ ସୁନି ୱାକଫ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି କେନ୍ଦ୍ର ସରକାର ଯୋଗାଇ ଦେବେ ବୋଲି ରାୟ ଦେଇଥିଲେ । ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେବା ପରେ ମଧ୍ୟ ୧୮ ଥର ମାମଲାର ପୁନର୍ବିଚାର ପାଇଁ ଆବେଦନ ହୋଇଥିଲା । କିନ୍ତୁ ସମସ୍ତ ଆବେଦନକୁ ଡିସେମ୍ବର ୧୨ ତାରିଖରେ ଖାରଜ କରି ଦିଆଯାଇଥିଲା ।

Related posts

ହୋଟେଲ ରୁମରୁ ତାମିଲ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର

mahabharatanews

ଭୁଲରେ ଭାରତୀୟ ସୀମାକୁ ପ୍ରବେଶ କରିଥିବା ଦୁଇ ନାବାଳିକାଙ୍କୁ ସସମ୍ମାନେ ପାକକୁ ହସ୍ତାନ୍ତର କଲା ସେନା

mahabharatanews

ଏହିସବୁ କାମ ପାଇଁ ବ୍ୟବହାର କରିପାରରିବେ ‘ବେବି ପାଉଡର’

mahabharatanews