ଓଡିଶା

ରାଜ୍ୟରେ ରହିଛି ପର୍ଯ୍ୟାପ୍ତ ଆଇସୋଲେସନ ୱାର୍ଡ: ଯୋଗୀ

(ମହାଭାରତ, ଲକ୍ଷେ୍ନø): କରୋନା ସଂକ୍ରମଣରେ ଉତ୍ତରପ୍ରଦେଶରେ ଏଯାଏ ୨୩ ଜଣ ଆକ୍ରାନ୍ତ ହେଲେଣି । ତେବେ ନୂତନ ଆକ୍ରାନ୍ତମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଆଇସୋଲେସନ ୱାର୍ଡ ଖୋଲା ହୋଇଛି । ଏଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଆଇସୋଲେସନ ୱାର୍ଡ ଖୋଲାଯାଇଛି । ତେଣୁ ଲୋକଙ୍କୁ ଭୟଭୀତ ହେବାର କାରଣ ନାହିଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଭାରତରେ ଏଯାଏ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୮ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୩୯ ଜଣ ବିଦେଶୀ ନାଗରିକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଦିଲ୍ଲୀ, କର୍ଣ୍ଣାଟକ, ପଞ୍ଜାବ ଓ ମହାରାଷ୍ଟ୍ରରେ ଆଉ ଜଣେ ଲେଖାଏଁ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ଏହି ଭୟଙ୍କର ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୨୨ ତାରିଖ ଦିନ ‘ଜନତା କର୍ଫୁ’ରେ ଭାଗ ନେବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

Related posts

ଡିସେମ୍ବର ମାସରୁ ରାଜ୍ୟକୁ ପ୍ରବେଶ କରିଛି ୟୁକେ ଷ୍ଟ୍ରେନ

mahabharatanews

ଆଳୁ ୩୨ ଟଙ୍କାରୁ ଅଧିକ ମୂଲ୍ୟରେ ବିକିଲେ କାର୍ଯ୍ୟନୁଷ୍ଠାନ : ଖାଦ୍ୟ ଯୋଗାଣ ମନ୍ତ୍ରୀ

mahabharatanews

ଦୁର୍ଘଟଣାରେ ଜଳିଗଲା ଟ୍ରଲର, ଚାଲିଗଲା ୨ଜୀବନ

mahabharatanews