(ଉତ୍ତରପ୍ରଦେଶ) ; ମହିଳାଙ୍କ ଉପରକୁ ହାତ ଉଠାଇବା ମହଙ୍ଗା ପଡିଲା । ବିଚ୍ ରାସ୍ତାରେ ଜଣେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ରୋଡଉପରେ ହୋଇଥିବା ଝଗହଡାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରାଲ ଭିଡିଓରେ ପୁରୁଷ ଜଣଙ୍କ ମହିଳାଙ୍କ ସହ ମାର ମିଟ କରୁଛନ୍ତି । ଏହାପରେ ମହିଳା ଜଣଙ୍କ ଜବାବ୍ ରେ ଉକ୍ତ ବ୍ୟକ୍ତିଙ୍କ ଉପରେ ଚପଲ ମାଡ ବର୍ଷା କରିିଥିବା ଦେଖିବାକୁ ମିଳୁଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାଟି ହେଉଛି ଅଲିଗଡ ଥାନା ସିଭିଲ୍ ଲାଇନ ଅଞ୍ଚଳର ଗୁରୁଦ୍ୱାର ରୋଡର । ଏହି ଅଞ୍ଚଳର ଏକ ଫୋନ ରିପ୍ୟାରିଂ ଦୋକାନରେ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ପହଞ୍ଚିଥିଲେ । ଏବଂ କିଛି ଜିନିଷ ନେଇଥିଲେ । କିନ୍ତୁ ନେଇଥିବା ଜିନିଷର ପେମେଣ୍ଟ ନକରି ଝଗଡା କରିବା ଆରମ୍ଭ କରିଥିଲେ । ଦୋକାନର କାଉଣ୍ଟର ମଧ୍ୟ ଭାଙ୍ଗି ଦେଇଥିଲେ। ଏହାପରେ ଦୋକାନରେ ବସିଥିବା ଯୁବକଙ୍କ ମା’ ପହଞ୍ଚିଥିଲେ ଏବଂ ସେହି ବ୍ୟକ୍ତିଙ୍କ ସହ ମଧ୍ୟ ତାଙ୍କର ଝଗଡା ହୋଇଥିଲା ।ବ୍ୟକ୍ତି ଜଣଙ୍କ ମହିଳାଙ୍କ ଉପରେ ହାତ ଉଠାଇଥିଲେ ଯାହାପରେ ଦୁହିଁଙ୍କ ମଧ୍ୟରେ ମାଡ-ପିଟ୍ ଆରମ୍ଭ ହୋଇଯାଇଥିଲା । ମହିଳା ବ୍ୟକ୍ତି ଜଣକୁ ଉଚିତ୍ ଜବାବ ଦେବାକୁ ଯାଇ ଚପଲ ମାଡର ବର୍ଷା କରିଦେଇଥିଲେ । ସେଠାରେ ଉପସ୍ଥିତ ଥିବା ଜଣେ ଯୁବକ ଏହି ଭିଡିଓ ସୁଟ୍ କରିଥିଲେ । ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମହିଳା ଜଣଙ୍କ ସ୍ଥାନୀୟ ଥାନାରେ ଅଭିଯୋଗ ଦାଖଲ କରିଥିବା ଜଣା ପଡିଛି ।
previous post
next post