Uncategorized

ଓଡିଶୀ ନୃତ୍ୟ କେନ୍ଦ୍ରର ବାର୍ଷିକ ଉତ୍ସବ

ଉଦଳା : ଉଦଳା ଓଡିଶୀ ନୃତ୍ୟ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବମହାସମାରୋହରେ ପାଳିତ ହୋଇଯାଇଛି । ଆଜି ଉଦଳା ଟାଉନ କ୍ଳବ ପରିସରରେ ଏହି ଓଡିଶୀ ନୃତ୍ୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଟାଉନ କ୍ଳବର ସଭାପତି ମନୋଜ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଉଦଳା ବିଧାୟକ ଭାସ୍କର ମଢ଼େଇ, ମୁଖ୍ୟ ବକ୍ତା ଭାବରେ ଉଦଳା ବିଜ୍ଞାପିତ ଅଞ୍ଚଳର ଅଧକ୍ଷା ପ୍ରମିଳା ପଣ୍ଡା, ସମ୍ମାନୀତ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷାବିତ ଦିଲ୍ଲୀପ କୁମାର ଦୀକ୍ଷିତ ପ୍ରମୁଖ ଯୋଗଦେଇ ଏହି ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିଲେ । ପ୍ରଥମେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜୁଳନ କରାଯାଇଥିବା ବେଳେ ଓଡ଼ଶୀ ନୃତ୍ୟ ଶିକ୍ଷା କେନ୍ଦ୍ରର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଧାୟକ ଶ୍ରୀଯୁକ୍ତ ମଢ଼େଇ ଏହି ଓଡିଶୀ ନୃତ୍ୟ ଏକ ମଣିଷ ତିଆରିର କାରଖାନା ଏହି ନୃତ୍ୟ ମଣିଷକୁ ଏକ ଭିନ୍ନ ପରିଚୟ ପ୍ରଦାନ କରିଥାଏ ବୋଲି ନିଜର ଅଭିଭାଷଣ ରଖିଥିଲେ । ଛାତ୍ରୀ ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।

Related posts

ଶରଜିଲ ଇମାମ ସମର୍ଥନରେ ସ୍ଲୋଗାନ, ୫୧ ଜଣଙ୍କ ନାଁରେ ଦେଶଦ୍ରୋହ ମାମଲା

mahabharatanews

ଦକ୍ଷ ଥାନାଧିକାରୀ ନିଯୁକ୍ତି ପାଇଁ ଜଳେଶ୍ୱର ବିଜେଡି ପକ୍ଷରୁ ଦାବି

mahabharatanews

 ମନୋଜ ସିହ୍ନା ହେବେ ଜାମ୍ମୁ କାଶ୍ମୀରର ନୂଆ ଉପରାଜ୍ୟପାଳ

mahabharatanews