ଓଡିଶା

ମହିଳାଙ୍କ ତୁଳନାରେ ପୁରୁଷ କୋରୋନାରେ ଅଧିକ ଆକ୍ରାନ୍ତ ହେଉଛନ୍ତି

ନୂଆଦିଲ୍ଲୀ: ପୁରୁଷଙ୍କ ତୁଳନାରେ ମହିଳା ଓ ପିଲାଙ୍କୁ କୋରୋନା ଭୂତାଣୁ ସଂକ୍ରମଣର ବିପଦ କମ ରହିଛି । ମୃତକଙ୍କ ସଂଖ୍ୟାରେ ମହିଳା ଓ ପିଲାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟ।। ଅଧିକ ଅଧିକ ରହିଛି । ଚାଇନିଜ ସେଣ୍ଟର୍ସ ଅଫ ଡିଜିଜି କଣ୍ଟ୍ରୋଲ ଏସମ୍ପର୍କରେ ଅଧ୍ୟୟନ ପରେ ଏହି ତଥ୍ୟ ପ୍ରଦାନ କରିଛି । ଏହି ଅଧ୍ୟୟନରେ ମୋଟ ୪୪ ହଜାର ଲୋକଙ୍କୁ ଅଧ୍ୟୟନର ପରିସରଭୁକ୍ତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨.୮ ପ୍ରତିଶତ ପୁରୁଷ ଓ ୧.୭ ପ୍ରତିଶତ ମହିଳାଙ୍କ ମୃତ୍ୟୁ ହୋଇଛି । ବୟସକୁ ନେଇ କୁହାଯାଇଛି, ଭୂତାଣୁ ସଂକ୍ରମିତଙ୍କ ମଧ୍ୟରେ ୦.୨ ପ୍ରତିଶତ ଶିଶୁ ଓ କିଶୋରଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ବର୍ଷରୁ ଅଧିକ ବୟସର ୧୫ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଛି । ପୁରୁଷଙ୍କ ଜୀବନଶୈଳୀ ଏଥିପାଇଁ ଦାୟୀ । ପୁରୁଷମାନେ ସାଧାରଣତଃ ମଦ୍ୟପାନ ଓ ଧୂମପାନ କରିଥାନ୍ତି । ଯାହା ସେମାନଙ୍କ ଫୁସଫୁସକୁ ଦୁର୍ବଳ କରି ଦେଇଥାଏ । ଏହା ବ୍ୟତୀତ ମହିଳାଙ୍କ ମଧ୍ୟରେ ପୁରୁଷଙ୍କ ତୁଳନାରେ ପ୍ରତିରକ୍ଷା କ୍ଷମତା ଅଧିକ ରହିଛି । କିନ୍ତୁ ଗର୍ଭବତୀ ମହିଳାଙ୍କ ଶରୀର ଦୁର୍ବଳ ଥିବାରୁ ସଂକ୍ରମଣର ଆଶଙ୍କା ଥିବା ବିଶେଷଜ୍ଞ ମତ ଦେଇଛନ୍ତି ।

Related posts

ହିଂଜିଳି ବ୍ଲକ ଚାଉଳ କଳ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

mahabharatanews

ଜିଏ ନିୟମ ଉଲ୍ଲଘଂନ, ବେଆଇନ୍ ନିର୍ମାଣ କରିଥିଲେ ବବି

mahabharatanews

୧୫ ହଜାର ୨୩ ହେକ୍ଟର ଜମିରେ ହେବ ଆଳୁଚାଷ

mahabharatanews