ଓଡିଶା

ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ୱାରା ରକ୍ତ ନମୁନା ସଂଗ୍ରହ

ବରୀ: ଯାଜପୁର ଜିଲ୍ଲା ବରୀ ବ୍ଲକରେ ପ୍ରଥମ କରୋନା ଆକ୍ରାନ୍ତ କଳାମାଟିଆ ପଞ୍ଚାୟତରୁ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ତପ୍ତର ହୋଇ ଉଠିବା ଦେଖିବାକୁ ମିଳିଛି। ଶନିବାର ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବା ପରେ ବରୀ ଦମକଳ ବାହିନୀ ପକ୍ଷରୁ ଜନବହୁଳ ସ୍ଥାନରେ ବିଶୋଧିତ କରାଯାଇଥିବା ବେଳେ ଆଜି ବରୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁରୁଷ ସ୍ବାସ୍ଥ୍ୟ କର୍ମୀ ମନୋରଞ୍ଜନ ପୋଥାଳ ଏବଂ ମହିଳା ସ୍ବାସ୍ଥ୍ୟ କର୍ମୀ ଯସୋଲିନି ଜେନାଙ୍କ ନେତୃତ୍ୱରେ କଳାମାଟିଆ ପଞ୍ଚାୟତର ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀମାନେ ଘର ଘର ବୁଲି ଲୋକମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ସହିତ ଲୋକମାନଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳ କରୋନା ସଂକ୍ରମିତ ହୋଇଥିବାରୁ ପ୍ରଶାସନର ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟ କର୍ମୀମାନେ କୌଣସି ଭୟ ନକରି ଏହାକୁ ଏଡାଇ ନିଜର କର୍ତ୍ତବ୍ୟ ପାଳନ କରିବାକୁ କେବେ ପଛାଇବେ ନାହିଁ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଙ୍ଗନବାଡି କର୍ମୀ ରଶ୍ମିବାଳା ପୃଷ୍ଟି, ଅରୁନ୍ଧତୀ ଦତ୍ତ,ପ୍ରଣତି ପଣ୍ଡା,ସସ୍ମିତା ବେହୁରିଆଙ୍କ ସମେତ ପଂଚାୟତର ସମସ୍ତ ଅଙ୍ଗନବାଡି କର୍ମୀ, ଆଶା ଦିଦି- ନଳିନୀପ୍ରଭା ଧଳ, ବାସନ୍ତି ରାଉତ, ମିନତୀ ବାରିକ, କବିତା ସେଠି, ବୁଲୁଲତା ରାଉତ ସାମିଲ ହୋଇଛନ୍ତି । ସ୍ବାସ୍ଥ୍ୟ କର୍ମୀମାନଙ୍କ ସାହସକୁ ସାଧାରଣରେ ପ୍ରଶଂସା କରାଯାଇଛି।

Related posts

ଟ୍ରକ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

mahabharatanews

୨୨ରେ ଭାରତ ବନ୍ଦ ଡାକରା ଦେଇଛି ମାଓ ସଂଗଠନ

mahabharatanews

୮୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

mahabharatanews