ଓଡିଶା

୨ ପୃଥକ ଆତ୍ମହତ୍ୟା

ବଲାଙ୍ଗୀର/ ମଧୁସୂଦନ ବହିଦାର: ଦେଶରେ କରୋନା ପାଇଁ ତାଲାବନ୍ଦ ଥିବା ସମୟରେ ପାରିବାରିକ କଳହ ବୃଦ୍ଧି ପାଇବାରେ ଲାଗିଛି। ବଲାଙ୍ଗୀର ସଦର ଥାନା ଅଞ୍ଚଳରେ ଗତକାଲି ଦୁଇ ଦୁଇଟି ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ଏହା ସ୍ପଷ୍ଟ ହୋଇଛି। ଜଣେ ଗଛରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ମହିଳା ଘରେ ଶାଢୀରେ ଲଟକି ଯାଇଛନ୍ତି ।

ସୂଚନା ଅନୁଯାୟୀ, ବଲାଙ୍ଗିର ସଦର ଥାନା ଅଧୀନରେ ଥିବା ଏଫ.ସି.ଆଇ. ଗୋଦାମ ଖୁଜେନପାଳି ପାଖରେ ଥିବା ଏକ ଗଛରେ ପ୍ରଦୀପ ଥପା (୨୭)(ପିତା ଶିବ ଥପା, ଗ୍ରାମ ସାଲେପାଳି) ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ତାଙ୍କର ଏକ କିରାନା ଦୋକାନ ରହିଛି । ଦୋକାନକୁ ଯିବାକୁ ସେ ସାଲେପାଳି ଘରୁ ୧୨ ସମୟରେ ବାହାରିଥିଲେ ଏବଂ ଦିନ ପ୍ରାୟ ୧ ଟା ସମୟରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସେହିପରି ଦ୍ୱିତୀୟ ଆତ୍ମହତ୍ୟା ଘଟଣାଟି ବାଗବାଡି ଗ୍ରାମରେ ଘଟିଛି । ବାଗବାଡି ଗ୍ରାମର ଶ୍ରୀମତୀ ଭାନୁ ସାହୁ (୪୦) ସ୍ଵାମୀ – ଡୋଳାମଣି ସାହୁ ନିଜ ଶାଢ଼ୀରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି।ଖବର ପ।।ଇ ଉଭୟ ଘଟଣାସ୍ଥଳକୁ ପୋଲିସ ଯାଇ ଦୁଇ ମୃତଦେହକୁ ଉଦ୍ଧାର କରି ପଞ୍ଚନାମା ପାଇଁ ପଠାଇଦେବା ସହ ଦୁଇଟି ପୃଥକ ପୃଥକ ଆତ୍ମହତ୍ୟା ମାମଲା ଋଜୁକରି ଅଧିକ ଅନୁସନ୍ଧାନ ଆରମ୍ଭ କରିଛି ।

Related posts

ରାଉରକେଲା ରେଳ ଷ୍ଟେସନ ସାମ୍ନା ହତ୍ୟା ଘଟଣାରେ ୫ ଗିରଫ

mahabharatanews

ସ୍ୱର୍ଗଦ୍ୱାରକୁ ଶବ ନେଇ ଆସିଥିଲେ, ନିଜେ ଶବ ପାଲଟିଗଲେ…

mahabharatanews

ବଢୁଛି ଡେଙ୍ଗୁ ଆତଙ୍କ: ୧୯୭  ପଜିଟିଭ ଚିହ୍ନଟ 

mahabharatanews