ଓଡିଶା

୩୦ ଜିଲ୍ଲାରୁ ୧୯୮୨ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଦୀର୍ଘ ଦିନ ପରେ ରାଜ୍ୟରେ କରୋନା ସଂକ୍ରମଣ ଦୁଇ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ୩୦ଟି ଜିଲ୍ଲାରୁ ୧୯୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫୬ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଏବଂ ୮୨୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହା ସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୦,୩୪୬କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୩୦୦ ଓ କଟକରୁ ୧୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅନୁଗୋଳରୁ ୧୧୯, ବାଲେଶ୍ଵରରୁ ୮୬, ବରଗଡ଼ରୁ ୪୬, ଭଦ୍ରକରୁ ୬୩ ଏବଂ ବଲାଙ୍ଗୀରରୁ ୮୮ ଜଣ, ବୌଦ୍ଧରୁ ୧୧, ଦେବଗଡ଼ରୁ ୧୪, ଢେଙ୍କାନାଳରୁ ୫୫, ଗଜପତିରୁ ୧୦, ଗଞ୍ଜାମରୁ ୨୪, ଜଗତସିଂହପୁରରୁ ୫୫, ଯାଜପୁରରୁ ୮୬, ଝାରସୁଗୁଡାରୁ ୫୦, କଳାହାଣ୍ଡିରୁ ୪୩, କନ୍ଧମାଳରୁ ୨୩, କେନ୍ଦ୍ରାପଡାରୁ ୬୫, କେନ୍ଦୁଝରରୁ ୫୯, କୋରାପୁଟରୁ ୪୨ ଏବଂ ମାଲକାନଗିରିରୁ ୪୧, ମୟୂରଭଞ୍ଜରୁ ୧୦୭, ନବରଙ୍ଗପୁରରୁ ୫୨, ନୟାଗଡ଼ରୁ ୩୩, ନୂଆପଡାରୁ ୩୭, ପୁରୀ ୭୨, ରାୟଗଡା ୧୦, ସମ୍ବଲପୁର ୩୮, ସୁବର୍ଣ୍ଣପୁର ୪୫, ସୁନ୍ଦରଗଡ଼ରୁ ୯୮ ଏବଂ ଷ୍ଟେଟ ପୁଲରୁ ୬୫ ଜଣ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related posts

୧୭ ପରେ ସରକାରର ପଦକ୍ଷେପକୁ ନେଇ ସୋନିଆଙ୍କ ପ୍ରଶ୍ନ

mahabharatanews

 କଂଗ୍ରେସରୁ ବହିଷ୍କୃତ ସୁରେଶ କୁମାର ରାଉତ ରାୟ 

mahabharatanews

ଆଜି ରାଜ୍ୟରେ ପହଞ୍ଚିବ ୫ ଶ୍ରମିକ ସ୍ପେଶାଲ ଟ୍ରେନ୍

mahabharatanews