Uncategorized

ମାସକର ଛୁଆକୁ ନେଇ କାର୍ଯ୍ୟରେ ଯୋଗଦେଲେ ଆଇଏଏସ ଅଧିକାରୀ

ବିଶାଖାପଟନମ: କର୍ତ୍ତବ୍ୟ ଆଗରେ ପରିବାର, ସୁଖ, ସ୍ୱାଚ୍ଛନ୍ଦ୍ୟ ସବୁ ତୁଚ୍ଛ ବୋଲି ପ୍ରମାଣିତ କରିଛନ୍ତି ବିଶାଖାପଟନମ ନଗର ପାଳିକାର କମିଶନର ଆଇଏଏସ ସୃଜନ ଗୁମ୍ମଲ୍ଲା । କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ତ୍ରସ୍ତ ଥିବା ବେଳେ ସେ ତାଙ୍କ ପ୍ରସୂତି ଅବକାଶ ଛୁଟି ବାତିଲ କରି ଅଫିସରେ ଯୋଗ ଦେଇଛନ୍ତି । ନିକଟରେ ସେ ମା ହେବାର ସୌଭାଗ୍ୟ ହାସଲ କରିଛନ୍ତି । ତାଙ୍କୁ ୬ ମାସର ପ୍ରସୂତି ଛୁଟି ମିଳିଛି । କିନ୍ତୁ ସେ ଛୁଟି ବାତିଲ କରି କୋମଳ ଶିଶୁକୁ କୋଳରେ ଧରି ନିଜ ଦାୟିତ୍ୱ ସମ୍ପାଦନ କରୁଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି ଏହା ମୋର କାର୍ଯ୍ୟ, ମାନବିକତା ଆଧାରରେ ଏବେ ମୁଁ ଛୁଟିରେ ନରହି ଅଫିସ ଆସିବା ଉଚିତ ବୋଲି ଭାବି ଯୋଗ ଦେଇଛି ।

୨୦୧୩ ବ୍ୟାଚର ଆନ୍ଧ୍ରପ୍ରଦେଶର ଏହି ଆଇଏଏସ ଅଫିସର କର୍ତ୍ତବ୍ୟରେ ଯୋଗ ଦେବାବେଳେ ତାଙ୍କର ଛୋଟ ଛୁଆକୁ ସାଙ୍ଗରେ ଧରିଥିବା ଦେଖିବାକୁ ମିଳିଛି । ସ୍ଥିତି ଏମିତି ଆସିଛି ଆମ ସମସ୍ତଙ୍କୁ ଏକାଠି ହୋଇ ଛିଡ଼ା ହେବା ଦରକାର ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଟୁଇଟ୍ କରି ଆଇଏଏସ ସୃଜନଙ୍କୁ ପ୍ରଶଂସା କରିଛନ୍ତି । କରେନା ଯୁଦ୍ଧ ବେଳେ ଦେଶକୁ ଏଭଳି ଯୋଦ୍ଧା ଆବଶ୍ୟକ ବୋଲି ଗଜେନ୍ଦ୍ର କହିଛନ୍ତି ।

ସୂଚନାଯୋଗ୍ୟ, ସୃଜନ ମାସେ ତଳେ ମାତୃତ୍ୱ ଲାଭ କରିଛନ୍ତି । ସାଧାରଣତଃ ସରକାରଙ୍କ ନିୟମ ଅନୁଯାୟୀ ମହିଳାମାନେ ୬ ମାସର ସବେତନ ମାତୃତ୍ୱ ଛୁଟି ପାଇବାକୁ ହକଦାର । କିନ୍ତୁ ସୃଜନ୍ ତାଙ୍କ ଛୁଟି ବାତିଲ କରିଛନ୍ତି । ତାଙ୍କ ଏଭଳି କର୍ତ୍ତବ୍ୟପରାୟଣତାକୁ ସାଧାରଣରେ ପ୍ରଶଂସା କରାଯାଉଛି ।

Related posts

ଆସନ୍ତା ୨୨ରେ ମୋଦୀଙ୍କ ନିର୍ବାଚନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି

mahabharatanews

ନେପାଳରେ ୫.୪ ତୀବ୍ରତାରେ ଭୁକମ୍ପ ଝଟକା

mahabharatanews

ଆସାମ ବନ୍ୟାରେ ମୃତ୍ୟୁସଂଖ୍ୟା ୮୪କୁ ବୃଦ୍ଧି

mahabharatanews