Uncategorized

ମାସ୍କ ତିଆରିରେ ବ୍ୟସ୍ତ ଦେଶର ପ୍ରଥମ ମହିଳା

ନୂଆଦିଲ୍ଲୀ: ଦେଶ ବର୍ତ୍ତମାନ କରୋନା ଆତଙ୍କରେ ଆତଙ୍କିତ । ଲକଡାଉନ ସତ୍ତେ୍ୱ ମଧ୍ୟ ଦେଶରେ ୨୧୩୯୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୬୮୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହେଲାଣି । ଏହି ମହାମାରୀର ମୁକାବିଲା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ସହଯୋଗର ହାତ ବଢାଇଛନ୍ତି । ଏପରି ସମୟରେ ପଛରେ ରହିନାହାନ୍ତି ଭାରତର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦ । ଦେଶର ପ୍ରଥମ ମହିଳା ହୋଇଥିଲେ ହେଁ କରୋନା ଲଢେଇରେ ସାମିଲ ହୋଇ ନିଜେ ମାସ୍କ ତିଆରି କରୁଛନ୍ତି । ସେ ତିଆରି କରୁଥିବା ମାସ୍କକୁ ବିଭିନ୍ନ ସେଲଟର ହୋମରେ ଥିବା ଲେ।।କଙ୍କ ମଧ୍ୟରେ ବଣ୍ଟା ଯାଉଛି । ରାଷ୍ଟ୍ରପତି ଇଷ୍ଟେଟର ଶକ୍ତି ହାଟରେ ସେ ମାସ୍କ ସିଲେଇ କରୁଥିବା ଦେଖିବାକୁ ମିଳିଛି। ଦିଲ୍ଲୀ ଅର୍ବାନ ଶେଲଟର ଉନ୍ନତିକରଣ ବୋର୍ଡ ପକ୍ଷରୁ ଗଠନ ହୋଇଥିବା କେନ୍ଦ୍ରଗୁଡ଼ିକରେ ରହୁଥିବା ଲୋକଙ୍କ ପାଖକୁ ପ୍ରଥମ ମହିଳା ତିଆରି କରିଥିବା ମାସ୍କ ପଠାଯାଉଛି । ସିଲେଇ ବେଳେ ସବିତା କୋବିନ୍ଦ ମଧ୍ୟ ନିଜ ମୁହଁକୁ ହାତ ତିଆରି ମାସ୍କରେ ଘୋଡ଼ାଇ ରଖିଥିବା ଦେଖିବାକୁ ମିଳିଛି। କରୋନା ମୁକାବିଲା ପାଇଁ ମାସ୍କ ଜରୁରୀ ହୋଇଥିବାରୁ ଏହାର ତିଆରି କାମରେ ନିଜକୁ ନିୟୋଜିତ କରି କରୋନା ଲଢେଇରେ ନିଜ ଯୋଗଦାନ ସାବ୍ୟସ୍ତ କରିପାରିଛନ୍ତି । ଏହି ମହାନ ମହିଳା ଭାରତର ପ୍ରତ୍ୟେକ ମହିଳାଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ସହ ଘରେ ନିଜ ମାସ୍କ ନିଜେ ତିଆରି କରିବାକୁ ପ୍ରେରଣା ଯୋଗାଇବ ନିଶ୍ଚିତ ।

Related posts

କରୋନାରେ ପ୍ରଥମ ଭାରତୀୟ ଯୁବକଙ୍କ ମୃତ୍ୟୁ

mahabharatanews

କପିଲଙ୍କ ପରେ ଆପ ନେତାଙ୍କ ସିଏଏକୁ ସମର୍ଥନ

mahabharatanews

କେରଳରେ ତୃତୀୟ କରୋନା ଚିହ୍ନଟ

mahabharatanews