ପୁରୀ/ଜୟନ୍ତ କୁମାର ସେଠି : ପୁରୀ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ କରଯାଇଛି। ପୂରୀ ସହର ବିକାଶ ନାମରେ ପୁରୀ ବାସିନ୍ଦାଙ୍କୁ ମୂଖ୍ୟମନ୍ତ୍ରୀ ପ୍ରତାରଣା କରିଥିବା ଅଭିଯୋଗ ନେଇ ପୁରୀ ଭିଆଇପି ରୋଡ ରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ କରାଯାଇଛି। ତେବେ ପୁରୀ ପୋଲିସ୍ ଛାତ୍ର ଓ ଯୁବ କଂଗ୍ରେସ କର୍ମକର୍ତ୍ତା କୁ ଅଟକ ରଖିଛି। ସଙ୍ଗଠନ ଅଭିଯୋଗ କରିଛି ପୁରୀ ବାସୀଙ୍କ ମୌଳିକ ସୁବିଧା ଶିକ୍ଷା, ସ୍ବାସ୍ଥ୍ୟ, ବ୍ୟବସ୍ଥା ସମ୍ପୂର୍ଣ ଭୁଶୁଡ଼ି ପଡିଛି।
ପୁରୀ ମୁଖ୍ୟ ମେଡିକାଲରେ ଆବଶ୍ୟକ ମୁତାବକ ଡାକ୍ତର ନ ଥିବାରୁ ଅତି ଛୋଟ ଚିକିତ୍ସା ପାଇଁ ଲୋକ ଙ୍କୁ କଟକ ଯିବାକୁ ପଡୁଛି। ଫଳରେ ଗରିବ ଲୋକ ମାନେ ଖର୍ଚ୍ଚାନ୍ତ ହୋଇ ଭଲ ଚିକିତ୍ସା ସେବା ରୁ ବଞ୍ଚିତ ହେଉଛନ୍ତି। ସେହିପରି ସ୍କୁଲ୍, କଲେଜ୍ ଶିକ୍ଷକ, ଅଧ୍ୟାପକ ନ ଥିବାରୁ ପିଲା ମାନଂକ ପାଠ ପଢା ରେ ବ୍ୟାଘାତ ସୃଷ୍ଟି ହେଉଛି। ଭଲ ଅଙ୍ଗାନା ବାଡ଼ି କେନ୍ଦ୍ର ନ ଥିବା ରୁ ଛୋଟ କୋମଳ ମତି ପିଲା ଗୁଡିକ୍ ଖୋଲା ମେଲା ରେ ପାଠ ପଡ଼ୁଛନ୍ତି।
ନିମ୍ନମାନର ଛତୁଆ ଯୋଗାଇ ଦିଆଯାଇ ଛୋଟ ପିଲା ଓ ଗର୍ଭ ବତି ମହିଳାଙ୍କ ସ୍ୱାସ୍ଥ୍ୟ ସହ ଖେଳା ଯାଉଚି। ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଅସୁରକ୍ଷିତ ଥିବା ବେଳେ ଏହାର ସୁରକ୍ଷା ଓ ମରାମତି ଦିଗରେ ମୁଖ୍ୟ ମନ୍ତ୍ରୀ କୌଣସି ପଦକ୍ଷେପ ନେଉ ନାହାନ୍ତି। ଏହି ସମସ୍ୟା ବିଷୟ ରେ ମୁଖ୍ୟମନ୍ତ୍ରୀ ଙ୍କୁ ପୁରୀ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଏକ ଦାବୀ ପତ୍ର ମୂଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ କଂଗ୍ରେସ ଯାଇଥିବା ବେଳେ ପୁରୀ ପୋଲିସ୍ ବାଟରୁ ସେମାନଙ୍କୁ ଅଟକ କରାଯାଇଛି। ଯାହାକୁ କଂଗ୍ରେସ କଡ଼ା ସମାଲୋଚନା କରିଚି।ଛାତ୍ର ଓ ଯୁବ କଂଗ୍ରେସ ତରଫରୁ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ , ବସ୍ତି ନେତା ମନୋଜ ମଣ୍ଡଳ, ଛାତ୍ର କଂଗ୍ରେସ ପୁରୀ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର, ଜ଼ିଲ୍ଲା ଉପ ସଭାପତି ରୀଶାନ ଦାଶ, ସାହିଲ ମହାନ୍ତି, ଜଗଦୀଶ ରାଉତ, ବିଶ୍ୱଜିତ ସ୍ୱାଇଁ, ଲକ୍ଷ୍ମୀଧର ସେଠି, ରାକେଶ ପ୍ରଧାନ, ବିଶ୍ୱଜିତ ଦଳେଇଙ୍କ ସହ ଅନ୍ୟ ଶତାଧିକ କର୍ମୀଙ୍କୁ ପୋଲିସ ଉଠାଇନେଇ ପୋଲିସ ବ୍ୟାରେକରେ ଅଟକ ରଖିଥିଲେ |