ଅପରାଧ

ମୁଣ୍ଡବିହୀନ ମୃତଦେହ: ପୁଲିସକୁ ମିଳିଛି ସଫଳତା

ଭୁବନେଶ୍ୱର: ଭରତପୁରରୁ ମିଳିଥିବା ମୁଣ୍ଡ ହୀନ ମହିଳାଙ୍କ ମୃତ ଦେହ ଘଟଣାରେ ପୁଲିସକୁ ମିଳିଛି ସଫଳତା । ପୁଲିସକୁ ଏକ ସପ୍ତାହର କସରତ ପରେ ମହିଳାଙ୍କ ପରିଚୟ ମିଳିଛି । ମହିଳାଙ୍କ ପରିଚୟ ମିଳିବା ପରେ ତଦନ୍ତ ପ୍ରକ୍ରିୟାରେ ଆସିଛି ତତ୍ପରତା । ଏହି ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ନେଇ ପୁଲିସ ସନ୍ଦେହ କରୁଛି । ପୁଲିସ ଜଣକୁ ଅଟକ ରଖି ପଚରାଉଚରା ଚଳାଇଥିବା ପୁଲିସ ସୂଚନା ଦେଇଛି ।
ଗତ ଗୁରୁବାର ଭାରତପୁରରୁ ମିଳିଥିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ । ଏହି ଘଟଣାକୁ ନେଇ ପ୍ରାଥମିକ ତଦନ୍ତ ପରେ ପୁଲିସ ମହିଳାଙ୍କ ପରିଚୟ ପାଇପାରି ନ ଥିଲା । ତେଣୁ ପୋଷ୍ଟର ମାଧ୍ୟମରେ ମହିଳାଙ୍କ ସମ୍ପର୍କରେ ସୂଚନା ଦେବାକୁ ପୁଲିସ ନିବେଦନ କରିବା ସହ ପରିଚୟ ପ୍ରଦାନକାରୀଙ୍କୁ ପୁରସ୍କାର ଦେବାକୁ ମଧ୍ୟ ଘୋଷଣା କରିଥିଲା । ତେବେ ଏକ ସପ୍ତାହର ନିରନ୍ତର ଛାନଭିନ ପରେ ଆଜି ପୁଲିସକୁ ମହିଳାଙ୍କ ପରିଚୟ ମିଳିଛି । ଏହି ଘଟଣାରେ ପୁଲିସ ଜଣକୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି । ମହିଳାଙ୍କ ମୁଣ୍ଡ କେଉଁଠି ପକା ଯାଇଛି ସେ ନେଇ ପଚରାଉଚରା କରିବା ସହ ହତ୍ୟାକାଣ୍ଡର କାରଣ ଜାଣିବାକୁ ଚେଷ୍ଟା ଚଳାଇଛି ।
ଏହି ଘଟଣାରେ ଆଜି ସକାଳେ ଖବର ମିଳିଥିଲା, ପୁଲିସକୁ ମହିଳାଙ୍କ ପରିଚୟ ମିଳିଛି । ତେବେ ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବାରୁ ପୁଲିସ ପରିଚୟକୁ ନେଇ ତଥ୍ୟ ପ୍ରଦାନ କରୁ ନାହିଁ, କାରଣ ଅଭିଯୁକ୍ତମାନେ ଖସି ଯିବାକୁ ଚେଷ୍ଟା କରି ପାରନ୍ତି ବୋଲି କୁହାଯାଇଥିଲା ।

Related posts

୨୦ କେଜିରୁ ଅଧିକ ଗଞ୍ଜେଇ ଜବତ, ଜଣେ ଗିରଫ

mahabharatanews

ବରପାଲି ପିଇଓଙ୍କ ଘର ଉପରେ ଭିଜିଲାନ୍ସ ଚଢଉ

mahabharatanews

ବାଂଶଡା ପୋଲିସକୁ ସଫଳତା, ହତ୍ୟାକାରୀର କଲା ସିନ ରିକ୍ରିଏସନ

mahabharatanews