ଓଡିଶା

ମୃତ ଶିଶୁ ଜନ୍ମକୁ ନେଇ ହସ୍ପିଟାଲରେ ଉତ୍ତେଜନା

ବାରିପଦା: ଜଣେ ମହିଳା ମୟୂରଭଞ୍ଜ ଜିଲ୍ଲା ସଦର ମହକୁମାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତ ଶିଶୁ ପୁତ୍ର ଜନ୍ମ କରିଛନ୍ତି । ଏହି ଘଟଣାକୁ ନେଇ ଶନିବାର ସକାଳୁ ରଘୁନାଥ ମୁର୍ମୁ ମେଡିକାଲ ପରିସରରେ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡ଼ିଛି । ସଂପୃକ୍ତ ମହିଳାଙ୍କ ସଂପର୍କୀୟମାନେ ଡାକ୍ତରଖାନା ତରଫରୁ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।
ସୂଚନା ଅନୁସାରେ ଜିଲ୍ଲାର ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ପାଇକବସା ଗାଁର ବଜ୍ରତୁଣ୍ଡି ଗାଁର ସୁରେଖା ବେହେରା (୨୭) ନାମରେ ଜଣେ ମହିଳା ୪ ଦିନ ପୂର୍ବରୁ ରଘୁନାଥ ମୁର୍ମୁ ହସ୍ପିଟାଲକୁ ପ୍ରସୂତୀ ପାଇଁ ଆସିଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ଆଜି ସେ ଏକ ମୃତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଏହା ପରେ ପରିବାର ଲୋକେ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣି ଉତ୍ତେଜନା କରିଥିବା ଜଣାପଡ଼ିଛି । ସୁରେଖାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ହସ୍ପିଟାଲର ଡାକ୍ତର ଓ କର୍ମ·ରୀମାନେ ଚିକିତ୍ସାରେ ଅବହେଳା କରିଛନ୍ତି । ଯଦି ଠିକ ଚିକିତ୍ସା ମିଳିଥାନ୍ତା, ତାହେଲେ ଶିଶୁ ପୁତ୍ରର ମୃତ୍ୟୁ ହୋଇ ନଥାନ୍ତା ।

Related posts

ଦେଶର ସର୍ବାଧିକ ପ୍ରଦୂଷିତ ୪ ସହର ଭିତରେ ଓଡ଼ିଶାର ତାଳଚେର, ବାରିପଦା ଓ ଅନୁଗୁଳ ସହର

mahabharatanews

୫ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ

mahabharatanews

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଆଇଏଫ୍‌ଏଫ୍‌ ସଭାପତି ଓ ସଂପାଦକ

mahabharatanews