Uncategorized

ମୋଦିଙ୍କ ଦୂରଦୃଷ୍ଟିକୁ ଜୋଶୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଆଜି ସଂସଦରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିତାର ପ୍ରଶଂସା କରି କହିଛନ୍ତି, ଚୀନରେ କୋରୋନା ଆତଙ୍କ ସୃଷ୍ଟି ହେବା ପରେ ପରେ ଯଥା ଶୀଘ୍ର ମୋଦି ଏକ କ୍ୟାବିନେଟ ବୈଠକ ଡକାଇ ସ୍ଥିତିର ଅନୁଧ୍ୟାନ କରିବାକୁ ଏକ ଦଳର ଗଠନ କରିଥିଲେ । କୋଭିଡ-୧୯ ମହମାରୀ ସଂକ୍ରମଣକୁ ପ୍ରତିହତ କରିବାକୁ ଓ ସଂକ୍ରମଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ମୋଦି ଆଲୋଚନା କରିଥିବା ଜୋଶୀ ସାଂସଦ, ବରିଷ୍ଠ ନେତା ଓ ଚିକିତ୍ସା ବିଶେଷଜ୍ଞଙ୍କ ସହ ବୈଠକ ବେଳେ କହିଛନ୍ତି । ଚୀନରେ ଏହି ମହାମାରୀର ସୂଚନା ମିଳିଲା ଓ ଯେତେବେଳେ ପ୍ରଥମ କିଛି ମାମଲା ସାମ୍ନାକୁ ଆସିଥିଲା, ସେତେବେଳେ ତୁରନ୍ତୁ ପ୍ରଧାନମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀ ମାନଙ୍କ ଏକ ଜରୁରୀକାଳୀନ ବୈଠକ ଡକାଇ ଚୀନର ସ୍ଥିତି ଉପରେ ଆଲୋକପାତ କରାଇଥିଲେ । ସେତେବେଳେ ଏହି ମହାମାରୀ ସ।।ରା ବିଶ୍ୱପାଇଁ ଭୟାବହତାର ଆଶଙ୍କା ପ୍ରକାଶା କରିଥିଲେ । ସେହି ଦିନ ଉକ୍ତ ସ୍ଥିତି ଉପରେ ଦୃଷ୍ଟି ରଖିବାକୁ ଏକ ଅଧିକାରୀକ କମିଟିର ଗଠନ କରାଯାଇଥିଲା, ଯାହା ଉପରେ ନିଜେ ପ୍ରଧ।।ନମନ୍ତ୍ରୀ ନଜର ରଖିଛନ୍ତି । ଏହା ସହ ବିଭିନ୍ନ ବନ୍ଦର ଓ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍କ୍ରିନିଂ ରିପୋର୍ଟ ଉପରେ ମଧ୍ୟ ତଥ୍ୟ ସଂଗ୍ରହ କରି ଆସୁଛନ୍ତି । ଜୋଶୀଙ୍କ ଦ୍ୱାରା ହୋଇଥିବା ଏହି ବୈଠକ ଗତକାଲି ମୋଦିଙ୍କ ଦେଶବାସୀଙ୍କୁ ଜନତା କର୍ପ୍ୟୁ ପାଇଁ ଅପିଲ ପରେ ଆଜି ଅନୁଷ୍ଠିତ ହୋଇଛି ।

Related posts

ମାର୍ଚ୍ଚ ୧ରୁ ୫୦ରୁ ଅଧିକ ଆୟୁ ବର୍ଗ ପାଇଁ  ଟୀକାକରଣ: ୨୭ କୋଟି ଲୋକଙ୍କୁ ଟୀକାଦାନ

mahabharatanews

କରସୋଗ ଘାଟିର ରହସ୍ୟ

mahabharatanews

ଚନ୍ଦ୍ରରେ ଗଲ୍ଫ ଖେଳକୁ ପୂରିଲା ୫୦ ବର୍ଷ

mahabharatanews