Uncategorized

ମୌସୁମୀ ଅଧିବେଶନ: ପୃଥକ ପୃଥକ ଦିନରେ ବସିବ ଗୃହ

ନୂଆଦିଲ୍ଲୀ: ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିବେଶନରେ କିଛି ପରିବର୍ତ୍ତନ କରାଯାଇଛି । ଗୋଟିଏ ଦିନ ଲୋକସଭା ବସିଲେ ଗୋଟିଏ ଦିନ ରାଜ୍ୟ ସଭା ଅଧିବେଶନ ବସିବ । ଲୋକସଭା ଏବଂ ରାଜ୍ୟସଭା ଅଧିବେଶନ ଆଲର୍ଟମେଣ୍ଟ ଡେ ଆଧାରରେ କାର୍ୟ୍ୟକାରୀ କରାଯିବ । ଗୋଟିଏ ଦିନରେ ପାର୍ଲାମେଣ୍ଟର ଦୁଇ ଗୃହର ଅଧିବେଶନ ହେବନାହିଁ । କୋଭିଡ୍ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ରକ୍ଷା କରିବା ସହ ଏଭଳି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଭର୍ଚୁଆଲ ଅଧିବେଶନ ହେବା ନେଇ ଚର୍ଚ୍ଚା ହେଉଥିଲା, କିନ୍ତୁ ଏହାକୁ ବାତିଲ କରାଯାଇଛି।
ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଲୋକସଭାର ଅଧିବେଶନ ଲୋକସଭା ହଲ୍, ରାଜ୍ୟସଭା ହଲ୍ ଏବଂ ସେଣ୍ଟ୍ରାଲ ହଲରେ ଚାଲିବାର ସମ୍ଭାବନା ରହିଛି । ସେହିଭଳି ରାଜ୍ୟସଭା ଅଧିବେଶନ ରାଜ୍ୟସଭା ଏବଂ ଲୋକସଭା ହଲ୍ ଏବଂ ଲବିରେ ହେବ । ଏପର୍ୟ୍ୟନ୍ତ ସଦସ୍ୟମାନଙ୍କର ବସିବା ସମ୍ବନ୍ଧରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ସବୁ ପ୍ରବେଶ ଏବଂ ପ୍ରସ୍ଥାନରେ ହ୍ୟାଣ୍ଡ ସାନିଟାଇଜର ବ୍ୟବସ୍ଥା ରହିବ । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଦୁଇ ଗୃହର କାର୍ୟ୍ୟକ୍ରମ ୪ ସପ୍ତାହ ପର୍ୟ୍ୟନ୍ତ ଚାଲିବାର ସମ୍ଭାବନା ରହିଛି ।
କରୋନା ଭାଇରସ୍ ଯୋଗୁଁ ସଂସଦର ବଜେଟ୍ ଅଧିବେଶନ ସ୍ଥଗିତ କରିଦିଆଯାଇଥିଲା । ଭାରତୀୟ ସମ୍ବିଧାନ ଅନୁଯାୟୀ ସଂସଦର ଅଧିବେଶନ ଶେଷ ଏବଂ ଆଗାମୀ ଅଧିବେଶନର ଆରମ୍ଭ ମଧ୍ୟରେ ୬ମାସରୁ ଅଧିକ ସମୟ ପାର୍ଥକ୍ୟ ରହିପାରିବ ନାହିଁ ।

Related posts

ବୁର୍କିନରେ ଆତଙ୍କବାଦୀ ଆକ୍ରମଣ: ୩୫ ନାଗରିକଙ୍କ ମୃତ୍ୟୁ

mahabharatanews

ୟୁପି: କୃଷକଙ୍କ ପାଇଁ ଯୋଗୀ ସରକାର ଆଣିଲେ ନୂଆ ଯୋଜନା

mahabharatanews

ପାଟି ଘା’ ହୋଇଥିଲେ ଚୋବାଇ ଖାଅ।ନ୍ତୁ ପଣସ ପତ୍ର

mahabharatanews