ଭାରତ

ଯମୁନା ନଦୀରେ ଡଙ୍ଗା ଓଲଟି ୨୦ ଜଣଙ୍କ ମୃତ୍ୟୁ ଆଶଙ୍କା

ବାନ୍ଦା: ରକ୍ଷା ବନ୍ଧନ ଅବସରରେ ଗୁରୁବାର ଘଟିଯାଇଛି ଅଘଟଣ । ଯମୁନା ନଦୀରେ ଡଙ୍ଗା ଓଲଟି ୨୦ ଜଣଙ୍କ ମୃତ୍ୟୁ ଆଶଙ୍କା । ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୧୬ ଜଣ ନିଖୋଜ ଅଛନ୍ତି । ଏହି ନୌକାରେ ୩୫ ଜଣ ଯାଉଥିବା ବେଳେ ପ୍ରବଳ ପବନ ଯୋଗୁଁ ନଦୀରେ ଏହା ଓଲଟି ପଡ଼ିଥିଲା । ତେବେ ନୌକା ଚାଳକକୁ ଅଟକ ରଖାଯାଇଛି । ରକ୍ଷା ବନ୍ଧନ ଅବସରରେ ଗୁରୁବାର ଦିନ ପ୍ରାୟ ୩୫ ଜଣ ଯାତ୍ରୀ ଅପରାହ୍ନ ୩ଟା ସମୟରେ ବାନ୍ଦା ଜିଲ୍ଲାର ମାର୍କା ଅଞ୍ଚଳରୁ ଜରୌଲି ଘାଟକୁ ଯିବା ସମୟରେ ଏହି ଅଘଟଣ ଘଟିଛି । ପୁଲିସ ଟିମ୍‌ ଦ୍ୱାରା ୧୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି ।

Related posts

ଆଜି ଅଟଳଜୀଙ୍କ ପୁଣ୍ୟ ତିଥି; ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ 

mahabharatanews

ଆଜି ଗଗନୟାନ ପରୀକ୍ଷଣ 

mahabharatanews

ସୁପ୍ରିମ କୋର୍ଟ ସମ୍ମୁଖରେ ବ୍ୟକ୍ତିଙ୍କ ଆତ୍ମାହୁତୀ ଉଦ୍ୟମ

mahabharatanews