ଓଡିଶା

ଯାଜପୁର ବସଷ୍ଟାଣ୍ଡରେ କରୋନା ସଚେତନତା କାର୍ଯ୍ୟକ୍ରମ

(ମହାଭାରତ, ଯାଜପୁର): କରୋନା ମହାମାରୀ ସଂକ୍ରମଣରେ ଭାରତରେ ଭାରତରେ ଏଯାଏ ୧୫୧ ଜଣ ଆକ୍ରାନ୍ତ ହେଲେଣି । ଏହି ଭୟଙ୍କର ଭାଇରସ ଠାରୁ ଦୂରେଇ ରହିବା ପାଇଁ ସତର୍କତା ଅବଲମ୍ବନ ହିଁ ଏକମାତ୍ର ଉପାୟ । ତେଣୁ କେଉଁ ସବୁ ସତର୍କତା ସାଧାରଣ ଲୋକେ ଆପଣାଇବା ଉଚିତ ତାହାକୁ ନେଇ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । କେଉଁଠାରେ ସାଇକେଲ ଓ ବାଇକ୍ ରାଲି କରି ତ ଆଉ କେଉଁ ସ୍ଥାନରେ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଯାଉଛି । ସେହିପରି ଯାଜପୁର ବସଷ୍ଟାଣ୍ଡରେ କରୋନା ସମ୍ପର୍କିତ ଏକ ଭିନ୍ନ ଧରଣର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଠାରେ ଥିବା ମିନିବସ୍ ଆସୋସିଏସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି । ପ୍ରତ୍ୟେକ ବସରେ କ୍ଷମତା ଅନୁସାରେ ଯାତ୍ରୀ ନେବାକୁ ପରାମର୍ଶ ଦିଆଯାଇଛି । ବସରେ ଯେଭଳି କୌଣସି ଭିଡ ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ବସଷ୍ଟାଣ୍ଟକୁ ଆସୁଥିବା ଯାତ୍ରୀମାନେ ଭଲ ଭାବେ ହାତ ଧୋଇବା ପାଇଁ କୁହାଯାଇଛି । ଆସୋସିଏସନର ସଭାପତି କର୍ଣ୍ଣାଟକେଶରୀ ଦାସଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାସାୟନିକ ସ୍ପ୍ରେ କରାଯାଇଛି । ଯଦି କୌଣସି ଗାଡି ଓଭର ଲୋଡିଂ କରୁଥିବା ଦେଖାଯାଏ ତେବେ ଆସୋସିଏସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦର୍ଶାଯାଇଛି ।

Related posts

ଆଂଶିକ କମିଲା ହୀରାକୁଦର ଜଳସ୍ତର

mahabharatanews

ପୁରୀ ପୋଲିସର ବଡ଼ ସଫଳତା: ଖୋଲିଲା କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାର ଗୁମର

mahabharatanews

ବିଶୁଦ୍ଧ ପିଇବା ପାଣି ପାଇଁ ଡହଳ ବିକଳ ଛାଞ୍ଚ ଗ୍ରାମବାସୀ

mahabharatanews