ଓଡିଶା

 ଲୋମଟାଙ୍କୁରା ଦୃଶ୍ୟ ; ଗୋଟିଏ ଟ୍ରାକରେ ତିନୋଟି ଟ୍ରେନ୍

(ରାଉଲକେଲା) : ଅଳ୍ପକେ ଟଳିଲା ବଡ ଦୁର୍ଘଟଣା ।  ହଁ ଦର୍ଶକ ବନ୍ଧୁ ଗୋଟିଏ ଟ୍ରାକରେ ତିନୋଟି ଟ୍ରେନ୍ । ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ରାଉରକେଲାରୁ । ତେବେ ଅଟୋମେଟିକ ସିଗନାଲ ଯୋଗୁଁ ଏପରି ହୋଇଥିବା ଜଣାପଡିଛି । ଉଭୟ ଟ୍ରେନ୍ ମଧ୍ୟରେ ମାତ୍ର ୧୦୦ ମିଟର ଦୂରତା ଥିଲା । ଏହା ପଛକୁ ତୃତୀୟ ଟ୍ରେନ୍ ଭାବେ ବନ୍ଦେ ଭାରତ ଆସୁଥିଲା । ହେଲେ ବଡ଼ ଦୁର୍ଘଟଣା ରୋକାଯାଇ ପାରିଛି ।

ସୂଚନାନୁଯାୟୀ , କୈଣସି ଦୁର୍ଘଟଣାର ଆଶଙ୍କା ନାହିଁ, କିମ୍ଵା କୌଣସି ଭୟଭୀତ ହେବାର ନାହିଁ । ଝାରସୁଗୁଡ଼ା ହଟିଆ ମେମୁ, ଝାରସୁଗୁଡ଼ା ରାଉରକେଲା ମେମୁ ଓ ବନ୍ଦେ ଭାରତ ଟ୍ରେନ ଗୋଟିଏ ଟ୍ରାକରେ ରହିଥିଲା । ରାଉରକେଲା ମେମୁ ସହ ଝାରସୁଗୁଡା ଟ୍ରେନ୍ ମୁହାଁମୁହିଁ ହେବା ପୂର୍ବରୁ ଏହାକୁ ରୋକାଯାଇପାରିଛି । ହେଲେ ପ୍ରଶ୍ନ ଉଠୁଛି ଏକା ସମୟରେ ଗୋଟିଏ ଟ୍ରାକରେ ୩ଟି ଟ୍ରେନ୍ ଆସିଲା କେମିତି ? ଏଥିପାଇଁ ଦାୟୀ କିଏ ? ଗତ ଜୁନ୍ ମାସ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଯାହା ଏବେ ମନରୁ ଯାଇନି ।

 

Related posts

ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ମୀନାକ୍ଷୀ ବାହିନୀ

mahabharatanews

ରାଜ୍ୟରେ ବର୍ଷା; ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 

mahabharatanews

ଡୁକୁରା ରେଞ୍ଜରେ ପଥର ମାଫିଆଙ୍କ ଏକଛତ୍ରବାଦ ସାମ୍ରାଜ୍ୟ

mahabharatanews