ଓଡିଶା

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

(ମହାଭାରତ, ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ମାରଙ୍ଗପାଳି ଗାଁରେ ଏକ ଅଘଟଣ ଘଟିଛି । ଗାଁ ନିକଟରେ ଥିବା ଏକ ଆମ୍ବଗଛରୁ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ସେହି ଗାଁର ଯୁବକ ସନ୍ତୋଷ ଗଣ୍ଡ ବୋଲି ଜଣାପଡିଛି । ତାଙ୍କ ମୃତ୍ୟୁର କାରଣ ଏଯାଏ ଅସ୍ପଷ୍ଟ ରହିଛି । ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସୂଚନା ଅନୁଯାୟୀ, ମୃତ ଯୁବକଙ୍କ ମା ଓ ଭାଇ ଅନ୍ୟ ଏକ ଗାଁକୁ ଯାଇଥିଲେ । ଘରେ କେହି ନଥିବା ସୁଯୋଗ ପାଇ ମଙ୍ଗଳବାର ରାତିରେ ଯୁବକ ଜଣକ ଗାଁ ନିକଟସ୍ଥ ମକାବାଡିକୁ ଯାଇଥିଲେ । ସେଠାରେ ଏକ ଆମ୍ବଗଛରେ ଶାଢୀ ଟାଙ୍ଗି ବେକରେ ଦେଇ ଆତ୍ମହତ୍ୟା କରିଥିଲେ । ପରଦିନ ସକାଳେ ମକାବାଡିର ମାଲିକ ସେଠାରେ ଯୁବକଙ୍କ ମୃତଦେହକୁ ଦେଖି ଗାଁ ଲୋକ ଓ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ରାଇଘର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଛାନଭୀନ ପରେ ଏକ ମୃତ୍ୟୁ ମାମଲା ରୁଜୁ କରଛନ୍ତି ।

Related posts

ଅଗଷ୍ଟ ୧ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଯାଜପୁର ୟୁଟ୍ୟୁବର୍ ଦମ୍ପତିଙ୍କ ସମ୍ପତ୍ତି ଯାଞ୍ଚ କରିବ ଇଡି

mahabharatanews

ମଶାଣି ପଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

mahabharatanews