ଅପରାଧଓଡିଶା

ଯୁବକଙ୍କ ମଳଦ୍ୱାରରେ ଭର୍ତ୍ତିକଲେ ଷ୍ଟିଲ ଗ୍ଲାସ

(ବଲାଙ୍ଗିରି) ; ନିଶା ଶକ୍ତ ବ୍ୟକ୍ତିଙ୍କ ଜଘନ୍ୟ କାଣ୍ଡ । ଯୁବକଙ୍କ ମଳଦ୍ୱାରରେ ଭର୍ତ୍ତିକଲେ ଷ୍ଟିଲ ଗ୍ଲାସ । ଏମିତି ଏକ ଅମାନୁଷିକ କାଣ୍ଡ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ।ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରେ କରୁଣା ଭୋଇ(୧୯) ଶୌଚ ପାଇଁ ଗାଁ ନିକଟସ୍ଥ ଏକ ପିଚୁରାସ୍ତା କଡ଼କୁ ଯାଇଥିଲେ। ସେଠାରେ ତିନି ଜଣ ବ୍ୟକ୍ତି ପୂର୍ବରୁ ମଦ ପିଉଥିଲେ। ସେମାନେ କରୁଣାଙ୍କୁ ପିସ୍ତଲ ଦେଖାଇ ତାଙ୍କ ସହିତ ଥଟ୍ଟାମଜା କରିଥିଲେ। ତା’ପରେ ହଠାତ୍ ତାଙ୍କୁ ଜୋର କରି ଧରି ତାଙ୍କ ମଳଦ୍ୱାରରେ ଏକ ଷ୍ଟିଲଗ୍ଲାସ ଭର୍ତ୍ତି କରି ଦେଇଥିଲେ।ଘରକୁ ଫେରିବା ପରେ କରୁଣାଙ୍କ ମଳଦ୍ୱାରରୁ ରକ୍ତ ବାହାରି ଥିଲା। ତା’ସହିତ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରିବାର ଲୋକେ ଆଜି ସକାଳେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ଯାଞ୍ଚ ପରେ ତାଙ୍କ ମଳଦ୍ୱାର ଭିତରେ ଗ୍ଲାସ ରହିଯାଇଥିବା ଡାକ୍ତର ଜାଣିବାକୁ ପାଇଥିଲେ। ଅସ୍ତ୍ରୋପଚାର କରି ଷ୍ଟିଲଗ୍ଲାସକୁ କାଢ଼ିବା ପାଇଁ ଡାକ୍ତର ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ରେଫର କରିଛନ୍ତି। ଏଭଳି ଅନ୍ମନ୍ତ କାଣ୍ଡ କରିଥିବା ମଦ୍ୟପଙ୍କୁ ଯୁବକ ଜଣକ ଚିହ୍ନି ନଥିବା କହିଥିବା ବେଳେ ଏ ନେଇ ଥାନାରେ ପରିବାର ଲୋକେ ଅଭିଯୋଗ କରି ନଥିବା ଜଣାପଡ଼ିଛି।

Related posts

ଘରୋଇ ବ୍ୟାଙ୍କର ସୁରକ୍ଷା ପାଇଁ ଆଡଭାଇଜରି ଜାରି କଲା କମିଶନରେଟ ପୁଲିସ

mahabharatanews

ଆସନ୍ତାକାଲିଠୁ ପୁଣି ବର୍ଷା 

mahabharatanews

ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ

mahabharatanews