Uncategorized

ଯୁବବର୍ଗ ପାଇଁ ଟୀକା ଜରୁରୀ!

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଗମ୍ଭୀର ରୂପ ନେଇଛି । ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମେ ୧ ତାରିଖରୁ ୧୮ରୁ ୪୫ ବର୍ଷ ପର୍ଯ୍ୟନ୍ତ ଯୁବବର୍ଗକୁ ଦିଆଯିବ ଟୀକା । ତେବେ ଅଧିକାଂଶ ଯୁବାବର୍ଗଙ୍କ ମଧ୍ୟରେ ଟୀକା ପ୍ରତି ନକାରାତ୍ମକ ଭାବନା ରହିଛି । ସେମାନେ ଟୀକା ନେବାକୁ ଇଛା ପ୍ରକାଶ କରୁ ନାହାନ୍ତି । ତେବେ ଯୁବବର୍ଗ ପାଇଁ ଟୀକା କେତେ ଜରୁରୀ ଆସନ୍ତୁ ଜାଣିବା ।
ଯୁବବର୍ଗ ପାଇଁ କେତେ ଜରୁରୀ ଟୀକା?
ସମ୍ପ୍ରତି ଦେଶରେ କରୋନାର ସଂକ୍ରମଣକୁ ଦେଖି ଯୁବବର୍ଗଙ୍କ ପାଇଁ ଟୀକ।। ନେବା ଜରୁରୀ ହୋଇପଡିଛି । କାରଣ ଟୀକା ନେବ।। ପରେ ଗମ୍ଭୀର ରୋଗ ଓ ଏଥିରୁ ମୃତ୍ୟୁର ଆଶଙ୍କା ହ୍ରାସ ପାଇଥାଏ । ଏଥିସହ ଏବେ କରୋନାର ନୂଆ ଭେରିୟାଣ୍ଟ ଯୁବବର୍ଗଙ୍କୁ ଅଧିକ ସଂକ୍ରମିତ କରୁଛି, ଯାହା ପ୍ରଥମ ଲହରରେ ନ ଥିଲା । ତେଣୁ ଟୀକା ନେବା ପରେ ଯୁବ ବର୍ଗଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିବାର ବିପଦ ବହୁ ମାତ୍ରାରେ କମ ହୋଇପାରେ ଓ ଲୋକ ସାମନ୍ୟ ଜୀବନ ଆଡକୁ ଗତି କରି ପାରନ୍ତି । ବହୁ ଦେଶରେ ଦେଖାଯ।।ଇଛି, ଟୀକା ନେବା ପରେ ଲୋକମାନେ ସାମାନ୍ୟ ଜୀବନଯାପନ କରିବାରେ ଲାଗିଛନ୍ତି ।
ମୁମ୍ବାଇର ଲୀଳାବତୀ ହସ୍ପିଟାଲର ପଲ୍ମନରୀ ପରାମର୍ଶଦାତା ବରିଷ୍ଠ ଡାକ୍ତର ଜଲୀଲ ପାରକର ଓ ଦିଲ୍ଲୀର ଆପୋଲୋ ହସ୍ପିଟାଲର ଡାକ୍ତର ସୁରନଜୀତ ଚାଟାର୍ଜୀ କହିଛନ୍ତି, ଟୀକା ନେବା ପରେ ଯଦି ମଧ୍ୟ କେହି କୋଭିଡରେ ସଂକ୍ରମିତ ହେଉଛନ୍ତି ତେବେ ଏତେ ମାତ୍ରାରେ ସଂକ୍ରମିତ ହେଉ ନାହାନ୍ତି । ଘରେ ରହି ଚିକିତ୍ସିତ ହୋଇ ଭଲ ହୋଇପାରୁଛନ୍ତି । ସାଂଘ।।ତିକ ସ୍ଥିତି ସୃଷ୍ଟି ହେଉନାହିଁ । ଦ୍ୱିତୀୟ କରୋନା ଲହର ଯୁବ ବର୍ଗକୁ ଅଧିକ ସଂକ୍ରମିତ କରୁଛି । ତେଣୁ ଯଦି ସରକାର ଟୀକା ଯୋଗାଇ ଦେଉଛନ୍ତି ତେବେ ଏହାକୁ ନେବା ବୁଦ୍ଧିମାନର କାମ ହେବ । ବିଶେଷଜ୍ଞ ଅ।।ହୁରି କହିଛନ୍ତି, ଏହା ଭାବିବା ନିରର୍ଥକ କି ଟୀକା ନେବା ପରେ କୌଣସି ସମସ୍ୟା ଦେଖା ଦେବ । ଯେମିତି ପ୍ରତ୍ୟେକ ଟୀକାର କିଛି ଛୋଟ ବଡ ସାଇଡ ଇଫେକ୍ଟ ରହିଛି ସେହିପରି କୋଭିଡ ଟୀକା ନେବା ପରେ ମଧ୍ୟ ସାମାନ୍ୟ ଜ୍ୱର ହୋଇପାରେ । ତେବେ ଟୀକା ନେବା ପରେ କେହି କୌଣସି ଗୁରୁତର ରୋଗରେ ପୀଡିତ ହେବାର ମାମଲା ସାମ୍ନାକୁ ଆସିନାହିଁ ।

Related posts

ଜିମ ନ ଯାଇ ଘରେ ଏମିତି କରୁଛନ୍ତି ଏକ୍ସରସାଇଜ

mahabharatanews

ବିକାଶର ୫ ସହଯୋଗୀଙ୍କୁ ଏନକାଉଣ୍ଟର ବିରୋଧରେ ପିଟିସନ

mahabharatanews

ଟିଏମ୍ସି ନେତାଙ୍କୁ ଲକ୍ଷେ୍ନøରେ ପ୍ରବେଶ ଅନୁମତି ନାହିଁ: ଡିଜିପି

mahabharatanews

Leave a Comment