Uncategorized

ଯେଉଁଠି ଭୂତ ବେଶ ଧାରଣ କରନ୍ତି ଲୋକେ

(ମହାଭାରତ): ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । ସେହିପରି ମେକ୍ସିକୋରେ ପ୍ରତିବର୍ଷ ଏକ ନିଆରା ପର୍ବ ପାଳିତ ହୋଇଥାଏ । ଏହି ପର୍ବର ନାମ ‘ଡେ ଅଫ ଦି ଡେଡ’ । ଏହି ଅବସରରେ ଲୋକମାନେ ଭୂତ ଏବଂ କଙ୍କାଳପରି ଦେଖାଯାଉଥିବା ପୋଷାକ ପିନ୍ଧି ଘରୁ ବାହାରକୁ ବାହାରିଥାନ୍ତି । ଦୁଇ ହଜାର ବର୍ଷ ପୁରୁଣା ଏହି ପର୍ବ ୨ଦିନ ଧରି ପାଳନ କରାଯାଏ । ମାନ୍ୟତା ଅନୁସାରେ ପୂର୍ବ ପୁରୁଷଙ୍କ ଆତ୍ମା ୨ଦିନ ପାଇଁ ପରିବାର ସହ ରହିବାକୁ ଆସିଥାନ୍ତି । ସେଥିପାଇଁ ସେଠାକାର ଲୋକେ ଏହି ପର୍ବ ପାଳନ କରିଥାନ୍ତି । ଏହି ଅବସରରେ ସହରରେ ‘କଟ୍ରିନା’ ନାମକ ଏକ ପରେଡ୍ ଶୋ’ର ଆୟୋଜନ କରାଯାଏ । ଏଥିରେ ଲୋକମାନେ କଙ୍କାଳପରି ବେଶଭୂଷାରେ ଆଭୂଷିତ ହୋଇ ସେଥିରେ ସାମିଲ ହୋଇଥାନ୍ତି ।

Related posts

ଟିକାକରଣ ଅଭିଯାନ ସମ୍ପର୍କରେ ସୁପ୍ରିମ କୋର୍ଟଙ୍କ ବଡ ଟପ୍ପଣୀ

mahabharatanews

ଅମ୍ଫାନ ମୁକାବିଲା: ଓଡିଶାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

mahabharatanews

ପୁଣି ଏକ ଲଘୁଚାପକୁ ନେଇ ସତର୍କ କଲାଣି ଭାରତୀୟ ପାଣିପାଗ ବିଭାଗ

mahabharatanews