ସୂର୍ୟ୍ୟକାନ୍ତ ବେହେରା/ ମାଲକାନଗିରି: ଯୌତୁକ ପାଇଁ ନିଜ ସ୍ତ୍ରୀକୁ ପୋଡି ହତ୍ୟା କରିବା ଅଭିଯୋଗରେ ସ୍ୱାମୀ ଓ ଶାଶୁଙ୍କୁ ଆଜି ଓରକେଲ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ପୁଲିସ ଫାଣ୍ଡି ନିକଟସ୍ଥ ବସ୍ତିରେ ଗତ ୨୭ ତାରିଖ ଭୋରରୁ ଗାଧୁଆ ଘରୁ ଜଣେ ବିବାହିତା ମହିଳାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା ।
ଏହାକୁ ମହିଳାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ମହିଳାଙ୍କ ଶାଶୁଘର ଲୋକେ ଆତ୍ମହତ୍ୟା ବୋଲି ସଫେଇ ଦେଇଥିଲେ । ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ତଦନ୍ତ କାରି ଟିମଗଠନ କରାଯାଇଥିଲା । ଘଟଣାର ଗୁମ୍ମା ପୁଲିସ ଫାଣ୍ଡି, ଓରକେଲ ଥାନା ପୁଲିସ ସାଇଟିଂଫିକ ଟିମ ମଗାଇ ଭଲ ଭାବରେ ତଦନ୍ତ କରି ମହିଳାଙ୍କ ମୃତ୍ୟୁ ରହସ୍ୟର ପର୍ଦାଫାସ କରିଛନ୍ତି । କୁଡୁମୁଲୁଗୁମ୍ମା ଗ୍ରାମର ଗୋବିନ୍ଦ ମହାରଣାଙ୍କ ପତ୍ନୀ ମିନତି ମହାରଣାଙ୍କର ଅର୍ଦ୍ଧଦଗ୍ଧ ଅବସ୍ଥାରେ ଗାଧୁଆଘରୁ ମୃତଶରୀର ଗତ ୨୭ତାରିଖ ଭୋରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣା ସଂପର୍କରେ ପୁଲିସ ଜାଣିବା ପରେ କୁଡୁମୁଲୁଗୁମ୍ମା ପୁଲିସ ଫାଣ୍ଡି ସବଇନିସପେକ୍ଟର ଓ ପୁଲିସ ସଦଳବଳ ଘଟଣାସ୍ଥାଲରେ ପହଁଚି ଶବ ଜବତ କରି ଦତନ୍ତ ଆରମ୍ଭ କରିଥିଲେ । ମହିଳାଙ୍କ ବାପା ଘର ଅଭିଯୋଗ କ୍ରମେ ଏହାର ଅଧିକ ତଦନ୍ତ ପାଇଁ କୋରାପୁଟ ଠାରୁ ପୁଲିସ କୁକୁର ଓ ସାଇଟିଂଫିକ ଟିମକୁ ମଗାଯାଇଥିଲା । ମହିଳାଙ୍କୁ ଅଧିକ ଯୌତୁକ ବାପଘରୁ ଆଣିବା ପାଇଁ ବାରମ୍ବାର ନିର୍ୟାତନା ଦେବା ସହ ଗତ ୨୬ତାରିଖ ରାତ୍ରରେ ଭୋଜନ ପରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଯୌତୁକ ନେଇ ଝଗଡା ଲାଗିଥିଲା । ସ୍ୱାମୀ ଗୋବିନ୍ଦ ରାଗି ଯାଇ ନିଜ ପତ୍ନୀଙ୍କୁ ଏକ ଆଳୁକଟା ଛୁରିରେ ବାରମ୍ବାର ଆଘାତ କରିବା ପରେ ତାଙ୍କ ମାଙ୍କ ସହିତ ମିଶି ଗାଧୁଆ ଘରକୁ ନେଇ ସେଠାରେ ପେଟ୍ରୋଲ ଢାଳି ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁ ପୋଡି ହତ୍ୟା କରିଥିବା ପୁଲିସ ତଦନ୍ତରୁ ଜଣାପଡିଛି। ଯୌତୁକ ନିର୍ଯାତନା ଦଫାରେ ମହିଳାଙ୍କ ସ୍ୱାମୀ ଗୋବିନ୍ଦ ମହାରଣା ଓ ଶାଶୁ ଲକ୍ଷ୍ମୀ ମହାରଣାଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିବା ସହିତ ଯୌତୁକ ସାମଗ୍ରୀ ଜବତ କରିଛନ୍ତି।
