ଅପରାଧ

ଯୌତୁକ ପାଇଁ ସ୍ତ୍ରୀକୁ ଗଣଦୁଷ୍କର୍ମ

(ଲକ୍ଷ୍ନୌ) : କାର ଓ ୫ଲକ୍ଷ ଟଙ୍କା ପାଇଁ ସ୍ତ୍ରୀକୁ ଭୁଲିଗଲା ସ୍ୱାମୀ । ଯାହା ହାତ ଧରି ସାତ ଜନ୍ମ ପାଇଁ ସାଥୀ ହୋଇ ରହିବାକୁ କଥା ଦେଇଥିଲା ସେ ପିଶାଚ ସ୍ୱାମୀ ନର ରୂପୀ ରାକ୍ଷାସ ମୁୁହଁକୁ ଠେଲିଦେଲା । ନିଜ ଭାଇ ଏବଂ ସାଙ୍ଗମାନଙ୍କ ସହ ମିଶି ନିଜ ସ୍ତ୍ରୀ ସହ ଗଣ ଦୁଷ୍କର୍ମ କଲା ପିଶାଚ ସ୍ୱାମୀ । ଏଭଳି ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଅମ୍ରୋହା ଜିଲ୍ଲାରେ । ଅଭିଯୋଗ ଅନୁଯାୟି ତିନି ବର୍ଷ ପୂର୍ବେ ପୀଡିତା ଜଣକ ବିବାହ କରିଥିଲେ। ସେତେବେଳେ ତାଙ୍କ ବାପା-ମା’ ଯୌତୁକରେ ସୁନା ଅଳଙ୍କାର ସାଙ୍ଗକୁ ଅନେକ ଟଙ୍କା ପଇସା ମଧ୍ୟ ଦେଇଥିଲେ। ସବୁ କିଛି ଠିକ୍ଠାକ୍ ଥିଲା ହେଲ ହଠାତ୍ ବିବାହର କିଛି ମାସ ପରେ ପୀଡିତାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ଲୋକେ ନଗଦ ୫ ଲକ୍ଷ ଓ ଏକ ଲଗ୍ଜୁରୀ କାର୍ର ଡିମାଣ୍ଡ କରିଥିଲେ। ଏଥିରେ ପୀଡିତା ଜଣକ ମନା କରିବାକୁ ତାଙ୍କ ଉପରେ ଆରମ୍ଭ ହୋଇଥିଲା ଅକଥନୀୟ ଅତ୍ୟାଚାର। ଏପରିକି ପୀଡିତାଙ୍କୁ ଗର୍ଭପାତ କରିବାକୁ ମଧ୍ୟ ବାଧ୍ୟ କରାଯାଇଥିଲା।କଥା ଏତିକିରେ ସରିନଥିଲା। ଗତ ସପ୍ତାହରେ ପୀଡିତାର ଦିଅର ଏବଂ କିଛି ସାଙ୍ଗସାଥୀ ମିଶି ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଏହାପରେ ଏହି ଘଟଣା ନେଇ ସେ ସ୍ୱାମୀଙ୍କୁ ଜଣାଇଥିଲେ। ଏଥିରେ ସ୍ୱାମୀ କହିଥିଲେ, ଫ ଯଦି ତୁମେ ଏସ୍ୟୁଭି ଗାଡି ଏବଂ ପାଞ୍ଚ ଲକ୍ଷ ଟଙ୍କା ଯୌତୁକରେ ନଆଣ ତେବେ ଏଭଳି ଜାରି ରହିବ।’ ଆଇପିସି ଧାରା ଅନୁଯାୟୀ ପରିବାରର ୧୨ ଜଣଙ୍କ ସଦସ୍ୟଙ୍କ ନାଁରେ ଗଣଦୁଷ୍କର୍ମ, କ୍ରୁରତା, ଅପ୍ରାକୃତିକ ଅପରାଧ ଏବଂ ଇଚ୍ଛା ନଥିବା ସତ୍ତ୍ୱେ ଗର୍ଭପାତ କରାଯାଇଥିବା ନେଇ ମାମଲା ରୁଜୁ ହୋଇଛି।

 

Related posts

ଚାଷ ଜମିରୁ ଶରୀର ଉଦ୍ଧାର ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ

mahabharatanews

୨ କିଲୋର ବ୍ରାଉନ ସୁଗାର ଜବତ

mahabharatanews

ମହିଳାଙ୍କୁ ଆକ୍ରମଣ ଓ ଗାଡି ପୋଡି ଘଟଣାରେ ୪ ଗିରଫ

mahabharatanews