ମନୋରଞ୍ଜନ

ରକ୍ଷାବନ୍ଧନରେ ଭେଟି , ରିଲିଜ ହେବ ଚଳଚ୍ଚିତ୍ର ‘ଯବାନ’ର ଟ୍ରେଲର

(ମୁମ୍ବାଇ) : ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଯବାନ’ ଆସନ୍ତା ମାସରେ ରିଲିଜ ହେବାକୁ ଯାଉଛି। ଚଳଚ୍ଚିତ୍ରର ଗୀତଗୁଡ଼ିକ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। ଆଜି ‘ଯବାନ’ ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ନିର୍ମାତା, ଯାହା ଦର୍ଶକଙ୍କ ଉତ୍ସାହ ବଢ଼ାଇଛି। ଫିଲ୍ମରେ ଶାହରୁଖ ଓ ନୟନତାରାଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିଥିବା ବେଳେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସ୍ବତନ୍ତ୍ର ଭୂମିକା ରହିଛି।

 

ଶୁଣିବାକୁ ମିଳିଛି ଯେ , ଅଗଷ୍ଟ ୩୧ରେ ଫିଲ୍ମର ଟ୍ରେଲର ରିଲିଜ୍ କରିବେ ନିର୍ମାତା। ଜୁଲାଇ ୧୦ରେ ‘ଯବାନ’ର ପ୍ରିଭ୍ୟୁ ରିଲିଜ୍ ହୋଇଥିଲା, ଯେଉଁଥିରେ ଫିଲ୍ମର ଝଲକ ଦେଖିବାକୁ ମିଳିଥିଲା। ପ୍ରିଭ୍ୟୁ ରିଲିଜ୍ ପରେ ଦର୍ଶକ ଫିଲ୍ମର ରିଲିଜକୁ ଅପେକ୍ଷା କରିଥିବା ବେଳେ ଏବେ ଟ୍ରେଲର ରିଲିଜ୍ ତାରିଖ ଘୋଷଣା କରି ଦର୍ଶକଙ୍କ ଉତ୍ସାହ ବଢ଼ାଇଛନ୍ତି ନିର୍ମାତା।

 

 

Related posts

ପୁଣି ଚର୍ଚ୍ଚାରେ ଆଶିଷ ବିଦ୍ୟାର୍ଥୀ ଓ ତାଙ୍କ ଦ୍ଵିତୀୟ ପତ୍ନୀ

mahabharatanews

ଟାଇଗରଙ୍କ ଫିଲ୍ମ ‘ଗଣପତ’ର ଟିଜର ରିଲିଜ

mahabharatanews

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବିଜୟ ଓ ରଶ୍ମିକା

mahabharatanews