ଓଡିଶା

ରତ୍ନସିଂହାସନରୁ ପଥର ଚୋରି ଅଭିଯୋଗ

ପୁରୀ: ଶ୍ରୀମନ୍ଦିରରୁ ଚୋରି । ଶ୍ରୀ ଜୀଉଙ୍କ ରତ୍ନ ସିଂହାସନରୁ ହୋଇଛି ପଥର ଚୋରି । ରତ୍ନ ସିଂହାସନରେ ଥିବା ପଦ୍ମ ଫୁଲର ଏକ ପାଖୁଡାର ପଥର ଗାଏବ ହୋଇଥିବା ନେଇ ଏକ ଅଭିଯୋଗ ହୋଇଛି । ପଥର କଢାଯାଇ ସେଠାରେ ସିମେଣ୍ଟ ଏବଂ ବାଲି ପଲସ୍ତରା କରାଯାଇଛି। ଶ୍ରୀଜୀଉଙ୍କ ରଥଯାତ୍ରା ସମୟରେ ରତ୍ନସିଂହାସନରୁ ପଥର କଢା ଯାଇଥିବା ନେଇ ପ୍ରତିହାରୀ ସେବକ ଈପ୍‌ସିତ ପ୍ରତିହାରୀ ମଙ୍ଗଳବାର ଅଭିଯୋଗ କରିଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ନବଦିନବ୍ୟାପୀ ଘୋଷଯାତ୍ରାରେ ଶ୍ରୀମନ୍ଦିରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିବା ସମୟରେ ଏହି ଚୋରି ହୋଇଥିବା ସେ ଅଭିଯୋଗ କରିବା ସହ ଯଥାଶୀଘ୍ର ସରକାର ଏହାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି।
ରତ୍ନସିଂହାସନର ଆଉ ଦୁଇଟି ସ୍ଥାନରେ ଖାଲ ହୋଇଥିବାରୁ ସେଠାରୁ ପଥର କଢା ଯାଇଥିବା ସେ ଆଶଙ୍କା କରିଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ନବଦିନବ୍ୟାପୀ ଘୋଷଯାତ୍ରାରେ ଶ୍ରୀମନ୍ଦିରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଗର୍ଭଗୃହ ସ୍ଥିତି ଯାଞ୍ଚ କରାଯାଇଥିଲା। ସେହି ସମୟରେ ରତ୍ନସିଂହାସନରୁ ପଦ୍ମପାଖୁଡା ପଥର ବାହାର କରାଯାଇଥିବା ଶ୍ରୀ ପ୍ରତିହାରୀ ଅଭିଯୋଗ କରିଛନ୍ତି।

Related posts

ହିଞ୍ଜିଳି ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ଜୁନ ୮ରେ ଦକ୍ଷିଣ ଓଡିଶାର କିଛି ଅଂଶ ଛୁଇଁପାରେ ମୌସୁମି, ୧୦ରୁ ପ୍ରବଳ ବର୍ଷା !

mahabharatanews

ସମୁଦ୍ରରେ ଡଙ୍ଗା ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ମତ୍ସଜୀବି

mahabharatanews