ଓଡିଶା

ସାମାଜିକ ଅନୁଷ୍ଠାନ ପଲ୍ଲୀ ବିକାଶ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ପୋଡ଼ିଙ୍ଗିସ୍ଥିତ ସାମାଜିକ ଅନୁଷ୍ଠାନ ପଲ୍ଲୀ ବିକାଶ ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାରେ କରୋନା ସଚେତନତା ସକାଶେ ନିୟୋଜିତ ସ୍ୱତନ୍ତ୍ର ପ୍ରୋବେସନାରୀ ଆଇପିଏସ ଅଫିସର ଜି. ରାଘବେନ୍ଦ୍ର ରେଡ୍ଡି ଯୋଗଦେଇ ଆୟୋଜିତ ଶିବିରର ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, କେନ୍ଦ୍ରୀୟ ଚଳଚ୍ଚିତ୍ର ଆୟୋଗର ସଭ୍ୟ ତଥା ଅଧିବକ୍ତା ଶ୍ରୀକାନ୍ତ ପାଢି ଯୋଗଦେଇ ରକ୍ତଦାନର ମହତ୍ୱ ବିଷୟରେ ମତବ୍ୟକ୍ତ କରିଥିଲେ । ଏଥିସହ ଉପସ୍ଥିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜିତ ଶିବିରରେ ୨୮ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ଦେବାଶିଷ ପଣ୍ଡା, ରାମହରି ପଣ୍ଡା, ପଂଚାନନ ସେଠି, ଡ଼ମ୍ବୁରୁଧର କାର୍ଗୀ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।ସଂଗଠନର ସମ୍ପାଦକ ସଞ୍ଜୟ କୁମାର ପଣ୍ଡା କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ଚିନ୍ତାମଣି ବେହେରା ପ୍ରମୁଖ କାର୍ୟ୍ୟକ୍ରମ ଉପସ୍ଥିତ ଥିଲେ ।

Related posts

ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୁରକ୍ଷା କିଟ୍ ପ୍ରଦାନ

mahabharatanews

ବନ୍ଦେ ମାତରମ ୧୫୦ବର୍ଷ ଉତ୍ସବ ଓ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ

mahabharatanews

ଆସାମ: ଭୂସ୍ଖଳନରେ ୨୦ ମୃତ

mahabharatanews