ଓଡିଶା

ରାଜଧାନୀରୁ ୩୮ ସଂକ୍ରମିତ ଚିହ୍ନଟ: ୨୫ ହୋମ କ୍ୱାରେଣ୍ଟାଇନ, ୧୩ ସ୍ଥାନୀୟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫ ଜଣ ହୋମ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୧୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ଓ ୧୪ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବିଏମସି ଟ୍ୱିଟ କରି ସୂଚନା ଦେଇଛି ।
ବିଏମସି ସୂଚନା ମୁତାବକ, ହୋମ କ୍ୱାରେଣ୍ଟାଇନରରେ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜୟଦେବ ବିହାର ମେ ଫେୟାର ନିକଟରୁ ୫ଟି ମାମଲା ରହିଛି । ସେମାନଙ୍କ ମଧ୍ୟରେ ଜଣେ ୭୪ ବର୍ଷୀୟ ପୁରୁଷ, ୩୬ ଓ ୭୩ ବର୍ଷୀୟ ମହିଳା ଓ ଦୁଇ ଜଣ ଶିଶୁ ରହିଛନ୍ତି । ଏମାନେ ଜଣେ ମୁମ୍ବାଇ ଫେରନ୍ତା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେହିପରି ମଞ୍ଚେଶ୍ୱରର ପ୍ରତିଦିନ ଅଫିସ ନିକଟରୁ ୧୧ଜଣ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ଉତ୍ତର ପ୍ରଦେଶ ଫେରନ୍ତା । ସେମାନଙ୍କ ମଧ୍ୟରେ ୨୯, ୨୬, ୪୨, ୨୦, ୨୮, ୩୭, ୨୩, ୨୭, ୨୪, ୨୧ ଓ ୩୨ ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ମଞ୍ଚେଶ୍ୱର ପ୍ରତିଦିନ ଅଫିସ ନିକଟରୁ ଆଉ ୪ ଜଣ ୪୭, ୨୮, ୨୬, ୩୨ ବର୍ଷୀୟ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ଯେଉଁମାନେ ପଶ୍ଚିମ ବଙ୍ଗ ଫେରନ୍ତା ଥିଲେ ଓ ଜଣେ ୩୮ ବର୍ଷୀୟ ପୁରୁଷ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ସେହିପରି ୪୪ ବର୍ଷୀୟ ଜଣେ ପୁରୁଷ ପଶ୍ଚିମ ବଙ୍ଗରୁ ଫେରି ଘରୋଇ କ୍ୱାରେଣ୍ଟାଇନରେ ଥିଲେ । ୟୁନିଟ-୮ରୁ ୩୬ ଓ ୪୦ ବର୍ଷୀୟ ଦୁଇ ପୁରୁଷ ଚିହ୍ନଟ ହୋଇଛନ୍ତି ସେମ।।ନେ ମୁମ୍ବାଇରୁ ଫେରିଥିଲେ । ୟୁନିଟ-୪ରୁ ଜଣେ ୨୪ ବର୍ଷୀୟ ପୁରୁଷ ବାଙ୍ଗାଲୁରୁରେ ଫେରିଥିଲେ ।
ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ସିରିପୁର ଅଞ୍ଚଳରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୧୪ ବର୍ଷୀୟା ଓ ୧୮ ବର୍ଷୀୟା ମହିଳା ଥିôବା ବେଳେ ୧୧ ଓ ୨୨ ବର୍ଷୀୟ ପୁରୁଷ ରହିଛନ୍ତି । ଏମାନେ ମୁମ୍ବାଇରୁ ଫେରିଥିବା ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ସେହିପରି ଚକେଇସିଆଣି ହଦବାଇ ବସ୍ତିରୁ ଜଣେ ୪୬ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ୫ ଜଣ ୩ଟି ଘରୋଇ ହସ୍ପିଟାଲ କର୍ମଚାରୀ ଚହି୍ନଟ ହୋଇଥିବା ବେଳେ ଜଣେ ୩୮ ବର୍ଷୀୟା ସରକାରୀ ହସ୍ପିଟାଲ ମହିଳା କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଥିବା କର୍ମଚାରୀଙ୍କ ବୟସ ୨୩ରୁ ୪୬ ମଧ୍ୟରେ ରହିଛି । ମଞ୍ଚେଶ୍ୱର ୟୁପି ସ୍କୁଲ ନିକଟରୁ ଜଣେ ୪୦ ବର୍ଷୀୟ ପୁରୁଷ ପୂର୍ବରୁ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ସେହିପରି ଭିଏସଏସ ନଗର ହନୁମାନ ମନ୍ଦିର ନିକଟରୁ ଜଣେ ୩୫ ବର୍ଷୀୟ ପୁରୁଷ ସଂକ୍ରମିତ ହୋଇଛନ୍ତି ।

Related posts

ରାଜ୍ୟରୁ ୧୨ ପୁଲିସ କର୍ମଚାରୀଙ୍କୁ ପୁଲିସ ପଦକ, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

mahabharatanews

ଭେଣ୍ଡିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ 

mahabharatanews

ବେହାଲ ସ୍ମର୍ଟ ସିଟି: ଦାୟୀ ଅଳସୁଆମୀ ନା ଉଦାସୀନତା

mahabharatanews