ଓଡିଶା

ରାଜଧାନୀରେ ପୁଣି କରୋନା ଚିହ୍ନଟ

(ଭୁବନେଶ୍ୱର ) : ଭୁବନେଶ୍ୱରକୁ ଫେରିଲା କୋରୋନା । ୧୪ ଦିନ ପରେ ରାଜଧାନୀରେ ନୂଆ ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତ ହେଉଛନ୍ତି ମଧୁସୂଦନ ନଗର ଅଞ୍ଚଳର । ସେ ୪୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ୭୭ ବର୍ଷର ଏହି ବ୍ୟକ୍ତି ତାଙ୍କ ପୁଅଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ପୂରା ପରିବାର ସଦସ୍ୟଙ୍କ ସ୍ୱାବ ଟେଷ୍ଟ ପାଇଁ ଯାଇଛି। ଏହାକୁ ମିଶାଇ ଭୁବନେଶ୍ୱର ପଜିଟିଭ ସଂଖ୍ୟା ୪୭ ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯କୁ ବୃଦ୍ଧି ପାଇଥିବା ବେଳେ ୮୦ଟି ସକ୍ରିୟ ମାମଲା ରହିଛି । ସେଥିମଧ୍ୟରୁ ୩୮ ଜଣ ସୁସ୍ଥ ହେଲେଣି ଓ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଦୀର୍ଘ ୧୪ ଦିନର ବ୍ୟବଧାନ ପରେ କୋରୋନା ହସଷ୍ପଟ ରାଜଧାନୀରେ ପୁଣି ଆକ୍ରାନ୍ତ ଚିହ୍ନଟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

Related posts

ରାଜ୍ୟରେ କରୋନାଜନିତ ମୃତ୍ୟୁ ୧୬୨୫କୁ ବୃଦ୍ଧି

mahabharatanews

ସରିଲା ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍

mahabharatanews

୨୦ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଡାକ୍ତର

mahabharatanews