ଓଡିଶା

ଗୁରୁତର ଅବସ୍ଥାରେ କୁଟୁରା ଉଦ୍ଧାର

(କଣିହାଁ/ଜ୍ୟୋତିରଂଜନ ଧର): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ଜମାନିଆ ଗାଁ ଭିତରୁ ମଙ୍ଗଳବାର ସକାଳେ ଏକ କୁଟୁରାକୁ ଗୁରୁତର ଅବସ୍ଥାରେ ବନବିଭାଗ ଉଦ୍ଧାର କରି ଚିକିତ୍ସା ପରେ ଜଂଗଲକୁ ଛାଡିଦେଇଥିବା ଜଣାପଡିଛି । କଣିହାଁ ବନାଚଂଳ ଅଧିନସ୍ଥ ଫରେଷ୍ଟ ବିଟ୍ ରେ କାର୍ଯ୍ୟରତ ରୁତୁପର୍ଣ୍ଣା ବିଶ୍ୱାଳ ଜମାନିଆ ଗ୍ରାମର ଜଣଙ୍କ ଘର ଭିତରେ କୁଟୁରାଟି ଗୁରୁତର ଅବସ୍ଥାରେ ପଶି ଯାଇଥିବା ଖବର ପାଇ ସେଠାରୁ ଉଦ୍ଧାର କରିଥିଲେ । ପରେ କଣିହାଁ ଭେଟନାରୀରେ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରିଥିଲେ । ନିକଟସ୍ଥ ସରଧାପୁର ସଂରକ୍ଷିତ ଜଙ୍ଗଲରୁ ରାସ୍ତା ଉଗାଳି ଗାଁ ଭିତରକୁ ଏହି କୁଟୁରା ପଶିଆସିଥିଲା । ବୟସ ଆନୁମାନିକ ଏକ ବର୍ଷର ହେବ । ତେବେ ଶରୀରରେ କ୍ଷତ ଦେଖିବାକୁ ମିଳିଥିଲା ଏନେଇ ପ୍ରାଥମିକ ଚିକିତ୍ସା କରିବା ପରେ ସୁସ୍ଥ ହୋଇଥିଲା । ପରେ ବଡକାଠିଆ ସରକ୍ଷିତ ଜଙ୍ଗଲରେ ଛାଡି ଦେଇଥିଲୁ ବୋଲି କଣିହାଁ ବନାଂଚଳର ରେଂଜ୍ ଅଧିକାରୀ ନୀଳମଣି ଦେହୁରୀ ପ୍ରକାଶ କରିଛନ୍ତି ।

Related posts

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ପଦ ସମ୍ଭାଳିବେ ଅନୁ ଗର୍ଗ

mahabharatanews

ବରଗଡ଼ ସହରର ସଙ୍ଗରୋଧ କେନ୍ଦ୍ରର ଅବ୍ୟବସ୍ଥା

mahabharatanews

ପିପିଲିରେ ଓଲଟିଲା ବସ, ଭୁବନେଶ୍ୱରରୁ କାକଟପୁର ଯାଉଥିଲା

mahabharatanews