ଓଡିଶା

ରାଜଧାନୀରେ ବିରିୟାନୀ ବୟ ପଜେଟିଭ ଆତଙ୍କ, ଚକେଇସିଆଣୀ ମାର୍କେଟ ସିଲ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର(ମହାଭାରତ): ରାଜଧାନୀରେ ଜଣେ ବିରିୟାନୀ ବୟ କୋରୋନା ପଜେଟିଭ ଚିହ୍ନଟ ହେବା ପରେ ରାଜଧାନୀରେ ଆତଙ୍କ ସୃଷ୍ଟ କରିଛି । ଯେଉଁମାନେ ବିରିୟାନୀ ଅର୍ଡର କରି ଖାଇଛନ୍ତି ସେମାନେ ବର୍ତ୍ତମାନ ଭୟବିତ ଅବସ୍ଥାରେ । ତେବେ ସମ୍ପୃକ୍ତ ବିରିୟାନୀ ଦୋକାନ ଓ ବ୍ୟକ୍ତି ଜଣଙ୍କ କାହାକୁ ନେଇ ବିରିୟାନୀ ଦେଇଛନ୍ତି ସେ ନେଇ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି ପ୍ରଶାସନ । ସେହି ବିରିୟାନୀ ବୟ ଜଣଙ୍କ ମଞ୍ଚେଶ୍ୱର ଅଞ୍ଚଳର । ସେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ବୁଲି ବିରିୟାନୀ ଡେଲିଭରି ଦେଉଥିଲେ । ସେ ମଞ୍ଚେଶ୍ୱରରେ ରହୁଥିବା ବେଳେ ପଟିଆ ଅଞ୍ଚଳରେ ଥିବା ଏକ ଫାଷ୍ଟ ଫୁଡ ଦୋକାନରେ କାମ କରୁଥିଲେ । ଗତ ୫ ତାରିଖରେ ସେ ମଞ୍ଚେଶ୍ୱର ସ୍ଥିତ ବିଭିନ୍ନ ଦୋକାନକୁ ଯାଇଥିଲେ । ସେ ଯାଇଥିବା ଦୋକାନ ଗୁଡିକୁ ବିଏମସି ପକ୍ଷରୁ ସିଲ କରାଯାଇଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଶନିବାର ସୂଚନା ଦେଇଛନ୍ତି । ଉକ୍ତ ଦୋକାନ ମଧ୍ୟରେ ମକରା ଗ୍ରୋସରୀ ଦୋକାନ, ମହାବୀର ଫ୍ୟାନ୍ସି ସପ୍‌ ରାଜେଶ ମେଡିସିନ ଷ୍ଟୋର, ମିଞ୍ଜା ଚିକେନ ସେଣ୍ଟର, ସମେତ କେତେକ ପରିବା, ଫଳ ଦୋକାନ ଆଦିକୁ ୨୧ ତାରିଖ ପର୍ୟ୍ୟନ୍ତ ସିଲ୍‌ କରାଯାଇଛି । ଏ ନେଇ ଅଧିକ ତଥ୍ୟ ସଂଗ୍ରହ କରାଯାଉଥିବା କମିଶନର ଚୌଧୁରୀ କହିଛନ୍ତି । ଏଥିସହିତ ସେ ଯେଉଁମାନଙ୍କ ଘରକୁ ଯାଇଥିଲେ, ସେମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି । ଆକ୍ରାନ୍ତ ଜଣଙ୍କ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲି ବରିୟାନୀ ଡେଲିଭରି ଦେଇଛନ୍ତି । ଏପରିକି ସୂର୍ୟ୍ୟନଗର ଅଞ୍ଚଳରେ ମଧ୍ୟ ସେ ଖାଦ୍ୟ ଡେଲିଭରୀ ଦେଇଛନ୍ତି । ତାଙ୍କୁ ଥଣ୍ଡା-କାଶ ହେବାରୁ ଘର ମାଲିକ ତାଙ୍କର ସ୍ବାବ ଟେଷ୍ଟ କରିବାକୁ କହିଥିଲେ। ଟେଷ୍ଟପରେ ତାଙ୍କର ପିଜିଟିଭ ଆସିଛି।

Related posts

ଦୁଃଖ କଷ୍ଟକୁ ପଛରେ ପକାଇ ଆଠଗଡ ପାଳନ କରାଯାଇଛି ଶ୍ରମିକ ଦିବସ

mahabharatanews

କାଳବୈଖାଖୀ ସମ୍ଭାବନା: ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଛାତ୍ରଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର

mahabharatanews