ଓଡିଶା

ରାଜଧାନୀର ୧୨ ହୋଟେଲରେ କ୍ୱାରେଣ୍ଟ।ଇନ୍ ସୁବିଧା

ଭୁବନେଶ୍ୱର: ଭୁବନେଶ୍ୱର ତଥା ବାହାରୁ ଆସୁଥିବା ନାଗରିକଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ଘରୋଇ ହୋଟେଲରେ କ୍ୱାରେଣ୍ଟାଇନ୍ ସେ ରର ବ୍ୟବସ୍ଥା ସହ ଭୁବନେଶ୍ୱରରେ ଥିବା ବିଭିନ୍ନ ସରକାରୀ କୋଠାରେ କ୍ୱାରେଣ୍ଟାଇନ୍ ସେ ର କରାଯାଇଛି । ଏଥିସହ ଯେଉଁମାନେ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ଚାହୁଁଛନ୍ତି ସେମାନଙ୍କୁ ହୋମଣ୍ଟାଇନନ୍ରେ ରଖାଯିବା ସହ ନାନା ନିୟମ କାନୁନ ଲାଗୁ କରାଯାଇଛି । ଏହି ମର୍ମରେ ଏଯାବତ୍ ହୋମ୍ କ୍ୱାରେ ।ଇନ୍ରେ ୧୦୦୦, ସରକାରୀ କୋଠାରେ ୨୫ ଓ ଭୁବନେଶ୍ୱରର ୧୨ ହୋଟେଲରେ ୧୫ ସନ୍ଧିଗ୍ଧ କ୍ୱାରେ ।ଇନ୍ରେ ରହୁଥିବା ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି ।

କମିଶନର ଚୌଧାରୀ କହିଛନ୍ତି, ସଂକ୍ରମଣକୁ ରୋକିବା ଓ ଲକ୍ଷଣ ଦେଖାଯାଉଥିବା ନାଗରିକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପାଇଁ ବିଏମ୍ସି ଘରୋଇ ହୋଟେଲଠାରୁ ଆରମ୍ଭ କରି ବିଭିନ୍ନ କମ୍ମ୍ୟୁନିଟି ସେ ର, କଲ୍ୟାଣ ମଣ୍ଡପରେ କ୍ୱାରେ ।ଇନ୍ ସେ ର କରିଛି । ୧୪ ଦିନର କ୍ୱାରେ ।ଇନ୍ରେ ରହିବାକୁ ଥିବା ବେଳେ କିଛି ଜନସାଧାରଣ ହୋଟେଲ, କିଛି ସରକାରୀ କୋଠାରେ ଓ ଅନ୍ୟମାନେ ହୋମ କ୍ୱାରେଣ୍ଟାଇନ୍ରେ ରହୁଛନ୍ତି । ସେମାନଙ୍କ ସହ ବିଏମ୍ସିର ସ୍ୱତନ୍ତ୍ର ଟିମ୍ ନିୟମିତ କଥା ହେଉଥିବା ବେଳେ ସ୍ୱାସ୍ଥ୍ୟାବସ୍ଥାକୁ ଯା କରୁଛନ୍ତି । ଆବଶ୍ୟକ ପଡ଼ିଲେ ଡାକ୍ତରୀ ଟିମ୍ ସେମାନଙ୍କୁ ଦେଖିବାକୁ ଯାଉଛନ୍ତି । ଏହା ବ୍ୟତୀତ ସେମାନଙ୍କ ଖାଦ୍ୟପେୟ ସହ କେମିତି ରହିବେ କାହା ସହ କଥା ହୋଇପାରିବେ କି ନାହିଁ ତାର ମାନୁଆଲ ତାଙ୍କୁ ପ୍ରଦାନ କରାଯାଇଛି । ୧୪ ଦିନର କ୍ୱାରେ ।ଇନ୍ରେ ରହିବା ପରେ ସନ୍ଧିଗ୍ଧଙ୍କୁ ବିଏମ୍ସି ତରଫରୁ ସୂ·ଇ ଦିଆଯାଉଥିବା ସହ ସାଧୁବାଦ ମଧ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି ।

ହୋଟେଲରେ ଦିନକୁ ୩୦୦ରୁ ୨୫ ଶହ
ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା କ୍ୱାରେଣ୍ଟ।।ଇନ୍ ସେ ରେ ନ ରହି ଜଣେ ବ୍ୟକ୍ତି ଦିନକୁ ୩ଶହରୁ ୨୫ଶହ ଟଙ୍କା ଦେଇ ହୋଟେଲରେ ରହିବା ପାଇଁ ବିଏମ୍ସି ବ୍ୟବସ୍ଥା କରିଛି । ଭୁବନେଶ୍ୱରର ୧୨ ହୋଟେଲରେ ଏହି ସୁବିଧା ଥିବା ବେଳେ ସେମାନଙ୍କୁ ସକାଳ ଜଳଖିଆ, ମଧ୍ୟାନ ଭୋଜନ, ରାତ୍ରୀ ଭୋଜନ ସହ ଦୁଇଟି ପିଇବା ପାଣି ବୋତଲ ଦିଆଯିାଉଛି । ୧୪ ଦିନ ଯାଏ ବ୍ୟକ୍ତି ଜଣକ ଉକ୍ତ ହୋଟେଲର ସେହି ନିର୍ଦ୍ଧିଷ୍ଟ ରୁମ୍ରେ ରହିବାକୁ ଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶନାମାକୁ ସମ୍ପୃକ୍ତ ବ୍ୟକ୍ତି ଓ ହୋଟେଲ କ ର୍ୃପକ୍ଷ ପାଳନ କରିବାକୁ ବିଏମ୍ସି ପକ୍ଷରୁ କୁହାଯାଇଛି ।

ହୋଟେଲ କର୍ତୃପକ୍ଷଙ୍କୁ ବିଏମ୍ସିର ନିର୍ଦ୍ଦେଶନାମା
କ୍ୱାରେଣ୍ଟାଇନ୍ ସେଣ୍ଟର ସୁବିଧା ଦେବା ପାଇଁ ସହମତି ପ୍ରକାଶ କରିଥିବା ଘରୋଇ ହୋଟେଲଗୁଡ଼ିକୁ ବିଏମ୍ସି ପକ୍ଷରୁ ନିର୍ଦ୍ଦେଶନାମ ଜାରି କରାଯାଇଛି । ଉକ୍ତ ନିର୍ଦ୍ଦେଶନାମାରେ ସିଙ୍ଗଲ୍ ରୁମ୍ ସହ ଶୌ·ଳୟ ଥିବା ରୁମ୍ରେ ହିଁ କ୍ୱାରେଣ୍ଟାଇନ୍ ସୁବିଧା ଦେବା, କଣ କରିହେବ ଓ କଣ ନାହିଁ ସେନେଇ ହୋଡିଂ ମାରିବା, ବ୍ଲିଚ୍ ଦ୍ୱାରା ସଫେଇ, ଖରାରେ ବ୍ୟବହୃତ କପଡ଼ା ସୁଖାଇବା, ୱାସ୍ ବେସିନ୍, ସୋଫା ଓ ଅନ୍ୟ ସାମଗ୍ରୀକୁ ନିୟମିତ ବ୍ଲିଚ୍ ଦ୍ୱାରା ସଫା କରିବା, ଦିନରେ ଝରକା ଖୋଲା ରଖିବା, ନଷ୍ଟ ହେଉଥିବା ପ୍ଲେଟ୍ରେ ଖାଇବା ଦେବା, ହାଉସ୍ କିପିଂ କର୍ମଚାରୀଙ୍କୁ ମାସ୍କ ପିନ୍ଧାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ରୁମ୍କୁ ସଫେଇ କରିବାକୁ ଯିବା, ଡାକ୍ତର ଓ ଅନ୍ୟ ଅଧିକାରୀଙ୍କ ବ୍ୟତୀତ କୌଣସି ବନ୍ଧୁ ତାଙ୍କୁ ଦେଖା ନ କରିବା, ସିସିଟିଭିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବା ସହ କୌଣସି ସମସ୍ୟା ଥିଲେ ବିଏମ୍ସିକୁ ଅବଗତ କରାଇବାକୁ ସମ୍ପୃକ୍ତ ହୋଟେଲ କର୍ତୃପକ୍ଷଙ୍କୁ ବିଏମ୍ସି ସୂଚାଇ ଦେଇଛି ।

ହୋମ କ୍ୱାରେଣ୍ଟାଇନ୍ ପାଇଁ ନିର୍ଦ୍ଦେଶନାମା
ଘରୋଇ ହୋଟେଲ ପରି ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ବିଏମ୍ସି ନିର୍ଦ୍ଦୋନାମା ଜାରି କରିଛି । ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ହେଲେ ୧୪ ଦିନ ପାଇଁ ଘରେ ହିଁ ରହିବା । କାହା ସଂସ୍ପର୍ଶରେ ନଆସିବା, ଫୋନ୍ ମାଧ୍ୟରେ ଡାକ୍ତର ଓ ବିଏମ୍ସି ଟିମ୍ ସହ ଯୋଗାଯୋଗ କରିବ ପରି ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ସେହିପରି ଏଥି ଯଦି ବ୍ୟତିକ୍ରମ ନଜରକୁ ଆସେ ତେବେ ସମ୍ପଅକ୍ତ ବ୍ୟକ୍ତିଙ୍କ ବିରୋଧରେ କାଯର୍ୟାନୁଷ୍ଠାନ ସଦୃଶ ସରକାରୀ କୋଠାରେ ଥିବା କ୍ୱାରେଣ୍ଟ।।ଇନ୍ ସେ ରରେ ରଖାଯିବ ଓ ତାଙ୍କ ନାମରେ ଏତଲା ଦିଆଯିବ ବୋଲି ଜଣଶପଡ଼ିଛି ।

Related posts

ଅଗଷ୍ଟ ୧ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଗଜରାଜ ପାଇଁ ନନ୍ଦନକାନନ ବନ୍ଦ

mahabharatanews

ବ୍ୟାଙ୍କର ନାରାୟଣ ବଘୁଲଙ୍କ ଦେହାନ୍ତ

mahabharatanews