Uncategorized

ରାଜମୁନ୍ଦରୀରେ ଖୋଲିଲା ‘ଦିଶା’ ଥାନା

(ହାଇଦ୍ରାବାଦ): ଆନ୍ଧ୍ରପ୍ରଦେଶ ସରକାର ମହିଳାଙ୍କ ସୁରକ୍ଷା ପାଇଁ ରାଜମୁନ୍ଦରୀରେ ପ୍ରଥମ ମହିଳା ଥାନା ‘ଦିଶା’ ଖୋଲିଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଶନିବାର ଏହାର ଉଦଘାଟନ କରିଛନ୍ତି । ରାଜ୍ୟରେ ଏପରି ୧୮ଟି ଥାନା ଖୋଲିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ପୋଲିସ ଷ୍ଟେସନ ୨୪ ଘଣ୍ଟା ଖୋଲା ରହିବ । ଏଥିରେ ୫୨ ଜଣ ପୋଲିସ କର୍ମଚାରୀ ନିୟୋଜିତ ରହିବେ । ଏନେଇ ଡିଜିପି ଗୌତମ ସୱାଙ୍ଗ ସୂଚନା ଦେଇଛନ୍ତି । ଦିଶା ଥାନାରେ ବଳାତ୍କାର ମାମଲାର ଯାଞ୍ଚ କରାଯିବା ସହ ଫରେନସିକ ଲ୍ୟାବ ଏବଂ ବିଶେଷ ଅଦାଲତ ରହିବ । ଏହି କୋର୍ଟରେ ୨୧ ଦିନ ମଧ୍ୟରେ ମାମଲାର ଶୁଣାଣି ହେବ । ଅଭିଯୁକ୍ତଙ୍କୁ ‘ଦିଶା’ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ । ଏହା ବ୍ୟତୀତ ଦିଶା ଆପ୍ ଏବଂ ମହିଳାଙ୍କ ସୁରକ୍ଷା ପାଇଁ ବିଶେଷ କଣ୍ଟ୍ରୋଲ ରୁମ ସ୍ଥାପନ କରାଯିବ ବୋଲି ଡିଜିପି ଗୌତମ ସୱାଙ୍ଗ କହିଛନ୍ତି । ସୂଚନାଯୋଗ୍ୟ, ତେଲେଙ୍ଗାନାରେ ଡିସେମ୍ବରରେ ହୋଇଥିବା ପ୍ରାଣୀ ଚିକିତ୍ସକ ‘ଦିଶା’ ବଳାତ୍କାର ଓ ହତ୍ୟା ମାମଲା ପରେ ମୁଖ୍ୟମନ୍ତ୍ରୀ ଦିଶା ଆକ୍ଟ ଆଣିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପ୍ରସ୍ତାବ ପଠାଇଥିଲେ ।

Related posts

ତିହାର ଜେଲରେ ପବନ ଜହ୍ଲାଦର ଫାଶୀ ଅଭ୍ୟାସ

mahabharatanews

ମଶା ଦାଉରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ କୋଲଡ୍ରିଙ୍କ୍ ବୋତଲ

mahabharatanews

ମନ୍ଦିରର ଛାତରୁ ମିଳେ ମୌସୁମୀର ପୂର୍ବାଭାଷ

mahabharatanews