ଓଡିଶା

ଏଗ୍ରିଷ୍ଟାକ ପଞ୍ଜିକରଣ ସହ ଧାନକିଣାର ନାହିଁ ସମ୍ପର୍କ

ସାରା ରାଜ୍ୟର ଚାଷୀଙ୍କ ଚିନ୍ତାରେ ପୂର୍ଣ୍ଣଛେଦ । ଏଗ୍ରିଷ୍ଟାକକୁ ନେଇ ଥିବା ଦ୍ୱନ୍ଦ ଦୂର କଲେ ମୁଖ୍ୟମନ୍ତ୍ରୀ । ଏହି ପଞ୍ଜୀକରଣ ସହ କିଭଳି ଧାନକିଣା ହେବ ଚିନ୍ତାରେ ଥିଲେ ଚାଷୀ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେ ବଡ ଘୋଷଣା । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏଗ୍ରି-ଷ୍ଟାକ୍ ପଞ୍ଜିକରଣ ସହ ଧାନକିଣା ପାଇଁ ଆବଶ୍ୟକ ହେଉଥିବା ପି-ପାସ୍ ପଞ୍ଜୀକରଣର କୌଣସି ସମ୍ପର୍କ ନାହିଁ । ଏଣୁ ଚାଷୀମାନେ ଏଥିପାଇଁ ଆଦୌ ଚିନ୍ତିତ ହେବା ଆବଶ୍ୟକ ନାହିଁ । ଧାନ ବିକ୍ରି ପାଇଁ ଏଗ୍ରି-ଷ୍ଟାକ୍ ବାଧ୍ୟତାମୂଳକ କୁହାଯାଉଥିବାବେଳେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ମଧ୍ୟ କହିଛନ୍ତି ଯେ, ଏହି ଦୁଇଟି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭିନ୍ନ ।
ସେ କହିଛନ୍ତି ଯେ, ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପି-ପାସ୍ ବ୍ୟବସ୍ଥା ମାଧ୍ୟମରେ ହିଁ ଚାଷୀଙ୍କ ପଞ୍ଜୀକରଣ ଓ ଧାନକିଣା ପ୍ରକ୍ରିୟା ଜାରି ରହିବ । ଏଗ୍ରି-ଷ୍ଟାକ୍ କେବଳ ଚାଷୀଙ୍କ ତଥ୍ୟ ସଂଗ୍ରହର ଏକ ମାଧ୍ୟମ ହୋଇଥିବା ବେଳେ ଧାନକିଣା ସମୟରେ ଏହା କୌଣସି ପ୍ରତିବନ୍ଧକ ସାଜିବ ନାହିଁ । ସରକାର ଚାଷୀଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି, ଯେପରି ସେମାନେ ନିଜର ଉତ୍ପାଦିତ ଧାନକୁ ମଣ୍ଡିରେ ସହଜରେ ବିକ୍ରି କରିପାରିବେ । ଚଳିତ ବର୍ଷ ମଧ୍ୟ ପି-ପାସ୍ ପଞ୍ଜୀକରଣ କରି ଚାଷୀମାନେ ସୁବିଧାରେ ଧାନ ବିକ୍ରି କରିପାରିବେ ବୋଲି ନିଜେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି ।

Related posts

ବୃଦ୍ଧି ପାଉଛି ହାତୀ ମୃତ୍ୟୁ ସଂଖ୍ୟା:  ଟ୍ରେନ ଧକ୍କାରେ ଦୁଇ ମୃତ

mahabharatanews

ଖଲ୍ଲିକୋଟ ହିଂସାକାଣ୍ଡ; ତଦନ୍ତ ପାଇଁ ଏସଆଇଟି ଗଠିତ

mahabharatanews

ମାଓବାଦୀଙ୍କ ସହ ଲଢ଼ି ୨ ଯବାନ ସହିଦ

mahabharatanews