Uncategorized

ରାମ ଜନ୍ମଭୂମୀ ନ୍ୟାସ ଅଧ୍ୟକ୍ଷଙ୍କ ସୁରକ୍ଷା ବୃଦ୍ଧି

(ନୂଆଦିଲ୍ଲୀ): ରାମ ମନ୍ଦିର ଟ୍ରଷ୍ଟ ଗଠନ ହେବା ପୂର୍ବରୁ ରାମ ଜନ୍ମଭୂମୀ ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସଙ୍କ ସୁରକ୍ଷାକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ମହନ୍ତ ନୃତ୍ୟଗୋପାଳ ଦାସଙ୍କୁ ଏଣିକି ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ତାଙ୍କ ସୁରକ୍ଷା ବୃଦ୍ଧି ପାଇବା ପରେ ତାଙ୍କୁ ଗଠନ ହେବାକୁ ଥିବା ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ଚୟନ କରାଯାଇପାରେ ବୋଲି ମଧ୍ୟ ସମ୍ଭାବନା ରହିଛି । ସୂଚନାଯୋଗ୍ୟ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାୟିତ୍ୱ ରାମ ଜନ୍ମଭୂମୀ ନ୍ୟାସକୁ ଦିଆଯିବ ବୋଲି ଆଲୋଚନା ଚାଲିଛି । ନ୍ୟାସ ଦ୍ୱାରା ପ୍ରସ୍ତାବିତ ନକ୍ସା ଅନୁସାରେ ମୁଖ୍ୟ ମନ୍ଦିରର ନିର୍ମାଣ ହେବ । ମନ୍ଦିର ନିର୍ମାଣ ଟ୍ରଷ୍ଟରେ ନ୍ୟାସର ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଭୂମିକା ନିର୍ଦ୍ଦିଷ୍ଟ କରିବାକୁ କେନ୍ଦ୍ର ସରକାର ବିଚାର ବିମର୍ଶ ଜାରି ରଖିଛନ୍ତି । ରାମ ମନ୍ଦିର ଟ୍ରଷ୍ଟରେ ନ୍ୟାସର ମୁଖ୍ୟଙ୍କ ସମେତ ଆହୁରି କିଛି ନେତୃବୃନ୍ଦଙ୍କୁ ଦାୟିତ୍ୱ ଦିଆଯିବ ବୋଲି ଚର୍ଚ୍ଚା ଚାଲିଛି ।

Related posts

 କରୋନା:  ଆଗଧାଡିର ଯୋଦ୍ଧାଙ୍କୁ ଦିଆଯିବ ହାଇଡ୍ରୋକ୍ସିକ୍ଲୋରୋକୁଇନ

mahabharatanews

କୋରୋନା ପାଇଁ ପ୍ରଭାବିତ ହେଉଛି ଶେୟାର ବଜାର

mahabharatanews

ସାତ ମିନିଟ୍ ବି ରାହିଲାନି ସାତ ଜନ୍ମର ଶପଥ

mahabharatanews