ରାଜନୀତି

ରାମ ମନ୍ଦିର ନିର୍ମାଣ ପାଇଁ ସାହାଯ୍ୟ ମାଗିଲେ ଯୋଗୀ

(ମହାଭାରତ, ରାଞ୍ଚି): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଲୋକଙ୍କୁ ସହାୟତା କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଗତ ଶୁକ୍ରବାର ଝାଡଖଣ୍ଡରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ରାମ ମନ୍ଦିର ନିର୍ମାଣ ପାଇଁ ପରିବାର ପିଛା ୧୧ ଟଙ୍କା ଓ ଖଣ୍ଡେ ପଥର ଦେବାକୁ କହିଛନ୍ତି । ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲୁଥିବା ବେଳେ ସେ ବିଜେପି ପ୍ରାର୍ଥୀ ନଗେନ୍ଦ୍ର ମାହାତୋଙ୍କ ପାଇଁ ଜନସଭାକୁ ସମ୍ବୋଧିତ କରିଥିଲେ । ରାମ ମନ୍ଦିର ବିବାଦ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଦ୍ୟମରେ ସମାଧାନ ହୋଇଛି । ପୂର୍ବରୁ କୌଣସି ଦଳ ଏହି ବିବାଦର ସମାଧାନ ହେଉ ବୋଲି ଚାହୁଁ ନଥିଲେ ବୋଲି ଏହି ଅବସରରେ ସେ କହିଥିଲେ । ତେବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତି ପରିବାରକୁ ୧୧ ଟଙ୍କା ସହ ଗୋଟିଏ ପଥର ଦେବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ ।

Related posts

ଦୋଷୀସାବ୍ୟସ୍ତ ହେବା ଉପରେ ରୋକ ଆବେଦନର ଶୁଣାଣି ମେ ୩ରେ

mahabharatanews

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି

mahabharatanews

ବିହାର ନିର୍ବାଚନରେ ଏନଡିଏ ବିପୁଳ ବିଜୟ ପରେ ଏବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚାଲିଛି ଚର୍ଚ୍ଚା

mahabharatanews