Uncategorized

ନେପାଳରେ ବୋମା ବିସ୍ଫୋରଣ

(ମହାଭାରତ)ନେପାଳ: ନେପାଳରେ ଶୁକ୍ରବାର ରାତିରେ ଜୋରଦାର ବୋମା ବିସ୍ଫୋରଣ ଘଟିଛି । ଦକ୍ଷିଣ ନେପାଳର ଧନୁଷ ଜିଲ୍ଲାରେ ବୋମା ବିସ୍ଫୋରଣ ଯୋଗୁଁ ୩ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ପୁଲିସ କର୍ମୀ ମଧ୍ୟ ରହିଛନ୍ତି । ବିସ୍ଫୋରଣ ପରେ ପୂରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ସେଠାରେ ଲୋକଙ୍କ ମଧ୍ୟରେ ଭୟାବହର ବାତାବରଣ ସୃଷ୍ଟି ହୋଇଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନାନୁଯାୟୀ ,ଜଣେ ପୁଲିସକର୍ମୀଙ୍କ ସମେତ ୩ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି । କିପରି ଓ କେମିତି ବୋମା ବିସ୍ଫୋରଣ ହେଲା ଏହାର ସଠିକ ପ୍ରମାଣ ମିଳିପାରିନାହିଁ । ଘଟଣାର ଖବର ଲୋକଙ୍କ ଦ୍ୱାରା ପୁଲିସ ପାଖରେ ପହଞ୍ôଚଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ ଭାବେ କୌଣସି ପ୍ରମାଣ ମିଳିନାହିଁ ।

Related posts

ଆଜି ପବିତ୍ର ଇଦ୍: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

mahabharatanews

ଲିକ୍ ହେଲା ଫିଲ୍ମ ‘ବ୍ରହ୍ମାସ୍ତ୍ର’ଗୀତ ଭିଡିଓ, ଡ୍ୟାନ୍ସ କରୁଥିବା ନଜର ଆସିଲେ ଆଲିଆ-ରଣବୀର

mahabharatanews

କରୋନା: ଉଚିତ ଅନୁଚିତ

mahabharatanews