Uncategorized

ରାସ୍ତା ଅବରୋଧ ପାଇଁ ହେଲିକପ୍ଟରରେ ଗଲେ ଆସାମ ଅର୍ଥମନ୍ତ୍ରୀ

(ଗୌହାଟୀ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରୁଥିବା ବିକ୍ଷୋଭକାରୀମାନେ ରବିବାର ଦିନ ଗୌହାଟୀ ଠାରେ ରାସ୍ତା ଅବରୋଧ କରିବାରୁ ଆସାମ ଅର୍ଥମନ୍ତ୍ରୀଙ୍କୁ ହେଲିକପ୍ଟରରେ ଯିବାକୁ ପଡିଛି । ସୂଚନା ଅନୁଯାୟୀ, ଆସାମ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶନିବାର ଦିନ ହେଲିକପ୍ଟର ଯୋଗେ ଗୌହାଟୀରୁ ତେଜପୁର ଯାଇଥିଲେ । ସେଠାରୁ ଘୋରମାରି ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସଡକ ପଥରେ ଯାଇଥାନ୍ତେ । କିନ୍ତୁ ‘ଅଲ ଆସାମ ଷ୍ଟୁଡେଣ୍ଟଓ’ ରାସ୍ତା ଅବରୋଧ କରିଥିବାରୁ ସେ ଯାଇ ପାରିନଥିଲେ । ମନ୍ତ୍ରୀଙ୍କ ଗସ୍ତ ଏବଂ ସିଏଏକୁ ବିରୋଧ କରି ସ୍ଲୋଗାନ ଦେବା ସହ ଆନ୍ଦୋଳନକାରୀମାନେ ତେଜପୁର ଓ ଘୋରମାରି ମଧ୍ୟସ୍ଥ ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ଅନ୍ୟ ଉପାୟ ନ ପାଇ ଅର୍ଥମନ୍ତ୍ରୀ ହେଲିକପ୍ଟର ଯୋଗେ ୫ କିଲୋମିଟର ଯାଇ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲେ । ତେବେ ଆସାମରେ ସମ୍ପ୍ରତି ଉପୁଜିଥିବା ପରିସ୍ଥିତି ଲାଗି ବିରୋଧୀ କଂଗ୍ରେସକୁ ସେ କଡା ସମାଲୋଚନା କରିଛନ୍ତି ।

Related posts

ଚନ୍ଦ୍ରଶେଖରଙ୍କ ଜାମିନ ସ୍ଥଗିତ

mahabharatanews

 ଆତଙ୍କବାଦୀ ସଂଗଠନ ଏନଏସସିଏନର ୬ ସଦସ୍ୟ ନିହତ

mahabharatanews

ନ୍ୟୁଜ ଆଙ୍କର ଅମିଶ ଦେବଗନଙ୍କ ବିରୋଧରେ କୌଣସ ବାଧ୍ୟତାମୂଳକ କାର୍ଯ୍ୟ ନାହିଁ: ଏସସି

mahabharatanews