Uncategorized

ରାସ୍ତା ଅବରୋଧ ପାଇଁ ହେଲିକପ୍ଟରରେ ଗଲେ ଆସାମ ଅର୍ଥମନ୍ତ୍ରୀ

(ଗୌହାଟୀ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରୁଥିବା ବିକ୍ଷୋଭକାରୀମାନେ ରବିବାର ଦିନ ଗୌହାଟୀ ଠାରେ ରାସ୍ତା ଅବରୋଧ କରିବାରୁ ଆସାମ ଅର୍ଥମନ୍ତ୍ରୀଙ୍କୁ ହେଲିକପ୍ଟରରେ ଯିବାକୁ ପଡିଛି । ସୂଚନା ଅନୁଯାୟୀ, ଆସାମ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶନିବାର ଦିନ ହେଲିକପ୍ଟର ଯୋଗେ ଗୌହାଟୀରୁ ତେଜପୁର ଯାଇଥିଲେ । ସେଠାରୁ ଘୋରମାରି ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସଡକ ପଥରେ ଯାଇଥାନ୍ତେ । କିନ୍ତୁ ‘ଅଲ ଆସାମ ଷ୍ଟୁଡେଣ୍ଟଓ’ ରାସ୍ତା ଅବରୋଧ କରିଥିବାରୁ ସେ ଯାଇ ପାରିନଥିଲେ । ମନ୍ତ୍ରୀଙ୍କ ଗସ୍ତ ଏବଂ ସିଏଏକୁ ବିରୋଧ କରି ସ୍ଲୋଗାନ ଦେବା ସହ ଆନ୍ଦୋଳନକାରୀମାନେ ତେଜପୁର ଓ ଘୋରମାରି ମଧ୍ୟସ୍ଥ ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ଅନ୍ୟ ଉପାୟ ନ ପାଇ ଅର୍ଥମନ୍ତ୍ରୀ ହେଲିକପ୍ଟର ଯୋଗେ ୫ କିଲୋମିଟର ଯାଇ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲେ । ତେବେ ଆସାମରେ ସମ୍ପ୍ରତି ଉପୁଜିଥିବା ପରିସ୍ଥିତି ଲାଗି ବିରୋଧୀ କଂଗ୍ରେସକୁ ସେ କଡା ସମାଲୋଚନା କରିଛନ୍ତି ।

Related posts

ଆଜିଠୁ କାଶ୍ମୀର ଯିବେ ୩୬ କେନ୍ଦ୍ର ମନ୍ତ୍ରୀ

mahabharatanews

୭୦ ବର୍ଷୀୟ ବୃଦ୍ଧାଙ୍କ କାନ୍ଧରେ, ୬୫ବର୍ଷୀୟ ବୃଦ୍ଧା ପତ୍ନୀ

mahabharatanews

ଫାଶୀ ସ୍ଥଗିତ ପାଇଁ ନିର୍ଭୟା ଦୋଷୀ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ

mahabharatanews