ବ୍ୟୁରୋ: ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ଅବତାର ଫ୍ରାଞ୍ଚାଇଜ୍ର ଦ୍ୱିତୀୟ ପାର୍ଟ ଦର୍ଶକଙ୍କ ସାମ୍ନାକୁ ଆସିଛି। ବହୁ ପ୍ରତୀକ୍ଷିତ ହଲିଉଡ୍ ଫିଲ୍ମ ‘ଅବତାର ୨ ଦ ୱେ ଅଫ୍ ୱାଟର’ର ଧମାକାଦାର ଟିଜର। ହଲିଉଡ୍ ନିର୍ଦ୍ଦେଶକ ଜେମ୍ସ କେମରୁନ୍ ଏହାର ଟିଜର ଜାରି କରିଛନ୍ତି। ଟାଇଟାନିକ୍ ଫେମ୍ ନିର୍ଦ୍ଦେଶକ ଜେମ୍ସ କେମରୁନ୍ଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ଡିସେମ୍ବର ୧୬ରେ ସାରା ଦୁନିଆର ସବୁ ହଲ୍ରେ ରିଲିଜ୍ ହେବ। ‘ଅବତାର ୨’ର ଏହି ଟିଜର ଭିଡିଓ ରିଲିଜ୍ ହେଉ ହେଉ ଇଣ୍ଟରନେଟ୍ରେ ଭାଇରାଲ ହେବାରେ ଲାଗିଛି। ଏଥିସହ ଅବତାର ୨ର ରିଲିଜ୍ ତାରିଖ ବି ଜାରି କରାଯାଇଛି।
ନିକଟରେ ଅବତାର ସିକ୍ୱେଲର ନାଁ ବି ଘୋଷଣା କରାଯାଇଥିଲା। ଅବତାରର ପ୍ରଥମ ସିକ୍ୱେଲର ନାଁ ଦିଆଯାଇଛି ‘ଅବତାର: ଦ ୱେ ଅଫ୍ୱାଟର’। ଟ୍ରେଲରରେ ପେଣ୍ଡୋରାର ଆଶ୍ଚର୍ଯ୍ୟଜନକ ଦୁନିଆର ଝଲକ୍ ଦେଖିବାକୁ ମିଳିଛି। ଟ୍ରେଲରରେ ଏମିତି ଅନେକ ସଟ୍ ରହିଛି, ଯେଉଁଥିରେ ସମୁଦ୍ର ଓ ଏଥିରେ ରହୁଥିବା ପ୍ରାଣୀ ଏକ ସ୍ୱତନ୍ତ୍ର ଭୂମିକାରେ ନଜର ଆସୁଛନ୍ତି। ଟ୍ରେଲରରେ ସାମ୍ ବର୍ଥିଂଟନ୍ ଓ ଜୋ ସଲଦାନା ନିଜ ନିଜ ଭୂମିକାରେ ନଜର ଆସିଛନ୍ତି। ପୂରା ଟ୍ରେଲରରେ ସମୁଦ୍ରର ନୀଳ ଜଳ ରାଶି ଦେଖାଯାଇଛି। ‘ଅବତାର ୨’ ଏକ ଭିଜୁଆଲ୍ସ ଷ୍ଟନିଂ ହଲିଉଡ୍ ଫିଲ୍ମ ।
ଏହି ଟ୍ରେଲରର କ୍ୟାପ୍ସନ୍ ଥିଲା ଆମେ ଯୁଆଡ଼େ ବି ଯାଉ ଏହି ପରିବାର ହିଁ ଆମ ଦୁର୍ଗ। ୧୬ ଡିସେମ୍ବର, ୨୦୨୨ରେ ହଲ୍ରେ ଏହାର ମଜା ଉଠାଇପାରିବେ ଦର୍ଶକ । ୧.୩୮ ମିନିଟ୍ ଲମ୍ବା ଏହି ଭିଡିଓରେ ଅନେକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଉପରୁ ଦର୍ଶକଙ୍କ ନଜର ଟିକେ ବି ହଟିପାରୁନି।
ଏହି ଫିଲ୍ମରେ ସାମ୍ ବର୍ଥିଂଟନ୍, ଜୋ ସଲଦାନା, ଷ୍ଟିଫନ୍ ଲ୍ୟାଙ୍ଗ୍, ମିଶେଲ ରୋଡ୍ରିଗ୍ଜ ଓ ସିଗୋରନୀ ବିବର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଅବତାର ୨ ଚଳିତ ବର୍ଷ ଡିସେମ୍ବର ୧୬ରେ ପରଦାରେ ରିଲିଜ୍ ହେବ ବୋଲି ନିର୍ମାତା ସୂଚନା ଦେଇଛନ୍ତି। ତେବେ ଏହାକୁ ଜାଣିବା ପରେ ଦର୍ଶକଙ୍କ ମନରେ ଉତ୍ସାହ ଖେଳିଯାଇଛି ।