ଓଡିଶା

ଲକଡାଉନ ନିୟମ ଉଲଂଘନ କରିଥିବା ଅଭିଯୋଗରେ ଢାବା ସିଲ

(ମାଲକାନଗିରି/ସୂର୍ଯ୍ୟକାନ୍ତ ବେହେରା): କରୋନା ମହାମାରି କାୟା ବିସ୍ତାର କରିଥିବାରୁ ଲକଡାଉନ ଘୋଷଣା କରାଯାଇଛି । ଏହି ଲକଡାଉନ ପାଇଁ ସିନେମାହଲ, ହୋଟେଲ, ଢାବା ଗୁଡିକ ବନ୍ଦରଖିବା ପାଇଁ ନିର୍ଦ୍ଦେଶ ରହିଛି । ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ଫ୍ୟାମେଲି ଢାବା ଖୋଲାଯାଇ ଢାବା ଭିତରେ ଖୋଲମ ଖୋଲା ଖାଦ୍ୟ ଖାଉଥିବାର ଫଟୋ ସୋସଆଲ ମିଡିଆରେ ଭାଇରାଲ ହେଉଛି । ଏନେଇ ଅଭିଯୋଗ ହେବାପରେ ପୁଲିସ ପ୍ରଶାସନ ପକ୍ଷରୁ ସେ ଢାବା ଉପରେ ଚଢଉ କରାଯାଇଛି । ମାଲକାନଗିରି ଜିଲ୍ଲାରେ ୨ଜଣ କରୋନା ସଂକ୍ରମଣ ଚିହ୍ନଟ ହେବାପରେ ଲକଡାଉନ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ଚାଲିଥିବା ବେଳେ ଆଜି ସକାଳେ ଫ୍ୟାମେଲି ଢାବା ଭିତରେ ରେ କିଛି ଲୋକ ଖାଦ୍ୟଖାଉଥିବାର ପୁଲିସ ନିକଟରେ ଖବର ପହଁଚିଥିଲା ।

ମାଜିଷ୍ଟ୍ରେଟ ମାଲକାନଗିରି ତହସିଲଦାର ଡ.ଗୁଣନିଧି ନାୟକ ,ଥାନା ଅଧିକାରୀ ରାମପ୍ରସାଦ ନାଗ,ସବଇନିସପେକ୍ଟର ସୁନିଲ କୁମାର ସ୍ୱାଇଁ ସଦଳବଳ ସେଠାରେ ପହଁଚି ଢାବା ସିଲ କରିଛନ୍ତି । ଲକଡାଉନ ନିୟମ ଉଲଂଘନ କରିବା ଅଭିଯୋଗରେ ଢାବା ମାଲିକଙ୍କ ନାମରେ ମାଲକାନଗିରି ଥାନାରେ ଏକ ମାମଲା ରୁଜୁ ହୋଇଥିବାର ଥାନା ଅଧିକାରୀ ଶ୍ରୀ ନାଗ ସୂଚନା ଦେଇଛନ୍ତି ।

Related posts

କୋଭିଡ ୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କାର ସହାୟତା

mahabharatanews

ନବମ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅନୁଷ୍ଠିତ ହୋଇଯାଇଛି

mahabharatanews

ହୀରକୁଦରେ ପୁଣି ଖୋଲିଲା ୬ ଗେଟ

mahabharatanews