ଓଡିଶା

ଲକଡାଉନ ପାଇଁ ଶ୍ରମିକଙ୍କ ଆତ୍ମହତ୍ୟା

(ରାଇରଙ୍ଗପୁର/ସତ୍ୟନାରାୟଣ ପାଲ): ଲକଡାନ ପାଇଁ ଜଣେ ଶ୍ରମିକ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ପରମଥ ସିଂ (୩୫) । ଘର ମୟୁରଭଞ୍ଜ ଜିଲ୍ଲା ଛଣପାଳ ଗ୍ରାମରେ ।

ସୂଚନାନୁଯାୟୀ ପରମଥ ଜଣେ ଦିନ ମଜୁରିଆ । ମଜୁରି ଲାଗି ସେ ତାଙ୍କ ପାଞ୍ଚ ପିଲା ଓ ସ୍ତ୍ରୀଙ୍କ ପେଟ ପୋଷନ୍ତି । କିନ୍ତୁ କରୋନା ପାଇଁ ସେ ଗତ ମାର୍ଚ୍ଚ ମାସ ୨୫ ତାରିଖରୁ ଆଉ ବାହାରକୁ କାମ କରିବାକୁ ଯାଇପାରୁ ନଥିଲେ । କରୋନା ଦାଉ ଠାରୁ ଅଧିକ ଭୋକର ଦାଉ ସମ୍ଭାଳି ନପାରି ସେ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକ କହିଛନ୍ତି । ସେ କିଛି ଦିନ ହେବ ମାନସିକ ଚାପରେ ରହୁଥିଲେ । ଗତ ଗୁରୁବାର ଦିନ ଅପରାହ୍ନରେ ଶୋଚ ବାହାନାରେ ଘରୁ ଗାଁ ନିକଟ ନଦୀ କୂଳକୁ ଯାଇଥିଲେ। ପରେ ଆଉ ଘରକୁ ଫେରିନଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ତାଙ୍କ ସ୍ତ୍ରୀ ଗାଁ ଲୋକଙ୍କ ସହ ମିଶି ଖୋଜା ଖୋଜି କରିଥିଲେ । ତା ପର ଦିନ ଗାଁର କିଛି ଲୋକ ନଦୀକୁ ଯାଇଥିବା ସମୟରେ ନଦୀ ପାଖରେ ଥିବା ଏକ ପଣସ ଗଛରେ ପରମଥଙ୍କ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲ ପଠାଇଛି । ଅନ୍ୟପକ୍ଷେ ପରମଥ ତାଙ୍କ ପରିବାରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ତାଙ୍କ ପରେ ପରିବାର ଏବେ ବେସାହାର ହୋଇପଡିଛି । ଏନେଇ ତାଙ୍କୁ କିଛି ସରକାରୀ ସହାୟତା ମିଳୁ ବୋଲି ଗାଁ ଲୋକ ଦାବି କରିଛନ୍ତି ।

Related posts

ଶିମିଳିପାଳ ଭ୍ରମଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ବିଜେଡି ପିପିଲିରେ କରିବ ନାହିଁ ରାଲି

mahabharatanews

ଖୋଲିଲା ରେଷ୍ଟୁରାଣ୍ଟ ଓ ବାର୍

mahabharatanews