ଓଡିଶା

ଶିମିଳିପାଳ ଭ୍ରମଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

(ଭୁବନେଶ୍ୱର) : ଶିମିଳିପାଳ ଭ୍ରମଣରେ ବାହାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି  ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ଦ୍ରୌପଦୀ ମୁର୍ମୁ। ରାତି ରାଇରଙ୍ଗପୁର ମହୁଲଡ଼ିହାସ୍ଥିତ ବ‌ାସଭବନରେ ଅବସ୍ଥାନ କରିଥିବା ବେଳେ ଆଜି ସକାଳେ ଶିମିଳିପାଳ ବାହାରିଛନ୍ତି ।

 

ସେ ଗତକାଲି ରାଇରଙ୍ଗପୁରରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାତିରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁରସ୍ଥିତ ବାବା ପୂର୍ଣ୍ଣେଶ୍ବରାୟ ଶିବ ମନ୍ଦିର ଏବଂ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

 

ସୂଚନାନୁଯାୟୀ ,  ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କାଳିଆମି ଗେଟ୍‌ ଦେଇ ଅଭୟାରଣ୍ୟ ଭିତରେ ପ୍ରବେଶ କରିଥିଲେ। ସେଠାରେ ସେ ୨ ଘଣ୍ଟା ମଧ୍ୟରେ ବରେହିପାଣି ଓ ଯୋରନ୍ଦା ଜଳପ୍ରପାତ ଏବଂ ଚହଲା ପ୍ରକୃତି ନିବାସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

 

Related posts

ଲୁଟେରାଙ୍କ ଆତଙ୍କରାଜ ଚିକିତ୍ସାଧୀନ ଅବସ୍ଥାରେ ଲୁଟର ଶିକାର ହୋଇଥିବା ବିଧବା ବୃଦ୍ଧାଙ୍କ ମୃତ୍ୟୁ

mahabharatanews

କରୋନା ପାଇଁ ସଂଘର୍ଷ ଜାରି ରଖିଛି ହିଂଜିଳି ପୋଲିସ

mahabharatanews

ରେଳ ଦୁର୍ଘଟଣା : ଏବେ ସୁଦ୍ଧା ବିହାରର ୮୮ ନିଖୋଜ

mahabharatanews