ଓଡିଶା

ଶିମିଳିପାଳ ଭ୍ରମଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

(ଭୁବନେଶ୍ୱର) : ଶିମିଳିପାଳ ଭ୍ରମଣରେ ବାହାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି  ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ଦ୍ରୌପଦୀ ମୁର୍ମୁ। ରାତି ରାଇରଙ୍ଗପୁର ମହୁଲଡ଼ିହାସ୍ଥିତ ବ‌ାସଭବନରେ ଅବସ୍ଥାନ କରିଥିବା ବେଳେ ଆଜି ସକାଳେ ଶିମିଳିପାଳ ବାହାରିଛନ୍ତି ।

 

ସେ ଗତକାଲି ରାଇରଙ୍ଗପୁରରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାତିରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁରସ୍ଥିତ ବାବା ପୂର୍ଣ୍ଣେଶ୍ବରାୟ ଶିବ ମନ୍ଦିର ଏବଂ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

 

ସୂଚନାନୁଯାୟୀ ,  ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କାଳିଆମି ଗେଟ୍‌ ଦେଇ ଅଭୟାରଣ୍ୟ ଭିତରେ ପ୍ରବେଶ କରିଥିଲେ। ସେଠାରେ ସେ ୨ ଘଣ୍ଟା ମଧ୍ୟରେ ବରେହିପାଣି ଓ ଯୋରନ୍ଦା ଜଳପ୍ରପାତ ଏବଂ ଚହଲା ପ୍ରକୃତି ନିବାସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

 

Related posts

ଜାତୀୟ ମାନବାଧିକାର ସଂଗଠନ ଜିଲା ଶାଖା ପକ୍ଷରୁ ସମ୍ମିଳନୀ

mahabharatanews

୨୦ରେ ମା’ ସମଲେଶ୍ବରୀଙ୍କ ନବାନ୍ନ ଲାଗି 

mahabharatanews

ଧର୍ମେନ୍ଦ୍ର ଆତ୍ମହତ୍ୟା ଘଟଣା ରେ ବିଜେଡିକୁ ଘେରିଲା ବିଜେପି

mahabharatanews