ଓଡିଶା

ଖୋଲିଲା ରେଷ୍ଟୁରାଣ୍ଟ ଓ ବାର୍

(ଆଦର୍ଶ ରାଉତ/ଭୁବନେଶ୍ୱର): ଅନଲକ୍‍ ୪.୦ରେ ସରକାର କରୋନା କଟକଣା କୋହଳ କରିଛନ୍ତି । ତେବେ ଏଥିରେ ରାଜ୍ୟବ୍ୟାପି ରେସ୍ତୋରାଁ ଓ ବାର୍‍ ଖୋଲିବା ପାଇଁ ଅନୁମତି ଦିଆଯାଇଛି।
ପର୍ୟ୍ୟଟନ ନିର୍ଦେଶକ ସଚ୍ଚିନ୍‍ ରାମଚନ୍ଦ୍ର ଯାଦବ ଏନେଇ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନକୁ ଚିଠି ଲେଖି ଅଗଷ୍ଟ ୩୧ ତରିଖ ରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍ ଗାଇଡଲାଇନ୍ ବା କରୋନା ସଂକ୍ରମଣ କୁ ରୋକିବା ସଂକ୍ରାନ୍ତ ନିର୍ଦ୍ଦେଶନାମାର ଧାରା-୨ ଭିତ୍ତିରେ ଏସଓପି ପାଳନ କରି ରାଜ୍ୟର ସବୁ ସ୍ଥାନରେ ହୋଟେଲ, ରେଷ୍ଟୁରାଣ୍ଟ ଓ ବାର୍‍ ଖୋଲିବ। ପରିମଳ, ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା ଆଦି ନିୟମ ପାଳନ କରାଯିବ ବୋଲି କୁହାଯାଇଛି। ତେବେ କଣ୍ଟେନମେଣ୍ଟ ଜୋନ ଗୁଡିକରେ ରେଷ୍ଟୁରାଣ୍ଟ ଓ ବାର୍‍ ଖୋଲାଯିବ କି ନାହିଁ ତାହା ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ ବୋଲି କୁହାଯାଇଛି ।

Related posts

ନନ୍ଦନକାନନରେ ୪ ଦିନରେ ୪ ପକ୍ଷୀଙ୍କ ମୃତ୍ୟୁ

mahabharatanews

ଯୁବକଙ୍କ ଅର୍ଦ୍ଧ ଲଗ୍ନ ଝୁଲନ୍ତା ଶବ ଉଦ୍ଧାର: ହତ୍ୟା ସନ୍ଦେହ

mahabharatanews

ଆଇଏଏସ ସ୍ତରରେ ଅଦଳବଦଳ

mahabharatanews